ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ତାଳଦଣ୍ଡାରେ ବର୍ଷ ସାରା ବୋଟିଂ, ନିର୍ମାଣ ହେବ ‘କ୍ରସ୍‌ ରେଗୁଲେସନ୍‌ ଗେଟ୍‌’

Published By : Anindita Ratha | March 26, 2025 7:47 AM

କଟକ,୨୬/୦୩: ତାଳଦଣ୍ଡାର ଯୋବ୍ରା ନିକଟରେ ତିଆରି କରାଯାଇଥିବା ବୋଟିଂ କ୍ଲବ୍‌ରେ ଏଣିକି ଆଉ ପାଣି ଅଭାବରୁ ବୋଟିଂ ବନ୍ଦ ହେବନି । ଏଠାରେ ବର୍ଷ ସାରା ବୋଟିଂ ହେବ । ଏଥିପାଇଁ ନୂଆବଜାର ପୋଲ ତଳକୁ ଏକ ‘କ୍ରସ୍‌ ରେଗୁଲେସନ୍‌ ଗେଟ୍‌’ ନିର୍ମାଣ କରାଯିବ । ଏହି ଗେଟ୍‌ ଜରିଆରେତାଳଦଣ୍ଡା କେନାଲରେ ନୂଆବଜାର ଠାରୁ ଯୋବ୍ରା ପର୍ଯ୍ୟନ୍ତ ସବୁବେଳେ ପାଣି ଭରପୂର ରହିବ । ଯାହାଦ୍ୱାରା ବର୍ଷତମାମ ଲୋକେ ବୋଟିଂର ସୁବିଧା ନେଇପାରିବେ । ତାଳଦଣ୍ଡା କେନାଲର ନବୀକରଣ ସହ ଯୋବ୍ରାଠାରୁ କେନାଲ୍‌ ଉଭୟ ପାଶ୍ୱର୍ ସିନ୍ଥେଟିକ୍‌ ୱାଲ୍‌କାମ ଆରମ୍ଭ ହୋଇଥିଲା । ଏହି ୱାଲ୍‌ କାମ ରାଣୀହାଟ ପର୍ଯ୍ୟନ୍ତ ଶେଷ ହେବାପରେ ଯୋବ୍ରା ନିକଟରେ ବୋଟିଂ ବ୍ୟବସ୍ଥା କରାଯାଇଛି । ବୋଟିଂ ପାଇଁ ଲୋକଙ୍କ ଗହଳିମଧ୍ୟ ହେଲା । କିନ୍ତୁ ପାଣି ଅଭାବରୁ ବୋଟିଂ ସବୁବେଳେ ହୋଇପାରୁନାହିଁ । 

ବର୍ଷାଦିନକୁ ଛାଡ଼ିଦେଲେ ବାକି ସମୟରେ ପ୍ରାୟ ବୋଟିଂ ବନ୍ଦ ରହୁଛି । ତାଳଦଣ୍ଡାରେ ଖରିଫ୍‌ ଧାନ ଚାଷ ପାଇଁ କେବଳ ପାଣି ଛଡ଼ାଯାଉଛି । ରବି ଚାଷ ପାଇଁ ପାଣି ଆଉ ଦିଆଯାଉନାହିଁ ।ଏମିତିରେ ଦେଖିଲେ ବର୍ଷର ପ୍ରାୟ ୭/୮ମାସରୁଅଧିକ ସମୟ ତାଳଦଣ୍ଡା କେନାଲ ଶୁଖିଲା ପଡ଼ୁଛି ।ତାଳଦଣ୍ଡାରେ ବର୍ଷ ସାରା ବୋଟିଂ ସୁବିଧା ପାଇଁହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ହାଇକୋର୍ଟର ସହର ସମସ୍ୟା ବେଞ୍ଚ୍‌ରେ ମାମଲାର ଶୁଣାଣି ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଷସାରା କିପରି ବୋଟିଂ ସୁବିଧା ହୋଇପାରିବ ଏବଂ ପର୍ଯ୍ୟଟକମାନେ ଯେପରି କଟକ ଆସିପାରିବେ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ-  ଶିକ୍ଷା ବର୍ଷ ସରିଲା: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେକରାଯାଇ ବୋଟିଂ ସ୍ଥଳୀରେ ଯେପରି ବର୍ଷସାରା ପାଣିରହିବ ସେଥିପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆବଜାର ପୋଲ ତଳକୁ ଏହି‘କ୍ରସ୍‌ ରେଗୁଲେସନ୍‌ ଗେଟ୍‌’ ନିର୍ମାଣ କରାଯିବ । ଗେଟ୍‌ ଜରିଆରେ ତାଳଦଣ୍ଡା କେନାଲରେ ପାଣି ନିୟନ୍ତ୍ରଣ କରି ତଳକୁ ଛଡ଼ାଯିବ । ଗେଟ୍‌ ଉପରକୁସବୁବେଳେ ବୋଟିଂ କଲାଭଳି ପାଣି ସଂରକ୍ଷିତରଖାଯିବ । ଚାଷ ପାଇଁ ଅବା କୌଣସି ଶିଳ୍ପସଂସ୍ଥା ପାଇଁ ଆବଶ୍ୟକତା ଅନୁସାରେ ପାଣି ଛଡ଼ାଯିବ ।ଏଥିପାଇଁ ୧୦ଟି ଗେଟ୍‌ ନିର୍ମାଣ କରାଯିବ । ଏଥିପାଇଁ ୨ କୋଟି ଟଙ୍କାର ବ୍ୟୟବରାଦ୍‌ କରାଯାଇଛି ।ଏପ୍ରିଲ୍‌ରୁ କାମ ଆରମ୍ଭ ହେବ । ଜୁନ୍‌ ସୁଦ୍ଧା ଏହି କାମ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମହାନଦୀ ଦକ୍ଷିଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.