ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କନ୍‌ସର୍ଟରେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ନେହା, ଫ୍ୟାନ୍‌ଙ୍କୁ କ୍ରୋଧିତ ଦେଖି କାନ୍ଦିଲେ ଗାୟିକା

Published By : Krishna Priya | March 26, 2025 9:11 AM

ମୁମ୍ବାଇ, ୨୬/୦୩: ଏକ କନ୍‌ସର୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଗାୟିକା ନେହା କକ୍କର । ନିକଟରେ ନେହାଙ୍କର ମେଲବର୍ନରେ ଏକ କନ୍‌ସର୍ଟ ଥିଲା, ଯାହାର ସମୟ ଥିଲା ସନ୍ଧ୍ୟା ୭.୩୦ । କିନ୍ତୁ ନେହା ପ୍ରାୟ ୩ ଘଣ୍ଟା ବିଳମ୍ବରେ ମଞ୍ଚରେ ପହଞ୍ଚିଲେ । ନେହାଙ୍କୁ ଅପେକ୍ଷା କରି ରହିଥିବା ଦର୍ଶକ ତାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଲେ । ଫ୍ୟାନ୍‌ଙ୍କୁ କ୍ରୋଧିତ ଦେଖି ନେହା ମଞ୍ଚରେ ଜୋର ଜୋର କାନ୍ଦିବାକୁ ଲାଗିଲେ । 

ନେହାଙ୍କ ମେଲ୍‌ବର୍ନ କନ୍‌ସର୍ଟର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବିଳମ୍ବରେ କନ୍‌ସର୍ଟରେ ପହଞ୍ଚିବା ଯୋଗୁ ନେହା କାନ୍ଦି କାନ୍ଦି ଫ୍ୟାନ୍‌ଙ୍କୁ କ୍ଷମା ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି । କିନ୍ତୁ କ୍ରୋଧରେ ଥିବା ଫ୍ୟାନ୍‌ ତାଙ୍କୁ ଲଗାତାର ଟ୍ରୋଲ୍‌ କରୁଛନ୍ତି । ଜଣେ ଦର୍ଶକ ଚିତ୍କାର କରି କହୁଛନ୍ତି ‘ଏହା ଭାରତ ନୁହେଁ, ଅଷ୍ଟ୍ରେଲିଆ ।’ ଆଉ ଜଣେ କହିଲେ ‘ଫେରିଯାଅ, ହୋଟେଲରେ ଆରାମ କର ।’ ଆଉ ଜଣେ ଦର୍ଶକ ତାଙ୍କ କାନ୍ଦିବା ଉପରେ କମେଣ୍ଟ୍‌ କରି କହିଲେ ‘ଏହା ପିଲାଙ୍କ ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ ନୁହେଁ ।’ 

ଭାଇରାଲ ଭିଡିଓରେ ନେହା ଫ୍ୟାନ୍‌ଙ୍କୁ କ୍ଷମା ମାଗୁଛନ୍ତି । କହୁଛନ୍ତି ‘ଆପଣମାନେ ବହୁତ ଭଲ, ଆପଣମାନେ ଧୈର୍ଯ୍ୟ ଧରିଲେ । ଏତେ ସମୟରୁ ଆପଣମାନେ ଅପେକ୍ଷା କରିଛନ୍ତି । ମୁଁ ଏହାକୁ ଘୃଣା କରେ । ମୁଁ ଜୀବନରେ କେବେ କାହାକୁ ଏତେ ଅପେକ୍ଷା କରାଇନାହିଁ । ମୁଁ ଅତ୍ୟନ୍ତ ଦୁଃଖିତ । ଏହା ମୋ ପାଇଁ ବହୁତ ବଡ଼ କଥା । ମୁଁ ଏହି ସନ୍ଧ୍ୟାକୁ ସର୍ବଦା ମନେରଖିବି । ଆପଣମାନେ ସମୟ ବାହାର କରି ଆସିଲେ । ଆପଣ ସମସ୍ତଙ୍କୁ ମୁଁ ନଚାଇବି ନିଶ୍ଚୟ ।’ ପହଞ୍ଚିବାରେ ବିଳମ୍ବ ସମେତ ନେହାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଅଭିଯୋଗ ହେଉଛି ଯେ ସେ ରାତି ୧୦ଟାରେ ମଞ୍ଚରେ ପହଞ୍ଚିଲେ । ଅଳ୍ପ କିଛି ପ୍ରଦର୍ଶନ ପରେ ସେଠାରୁ ଚାଲିଆସିଲେ । ଏଥିପାଇଁ ସୋସିଆଲ ମିଡିଆରେ ଫ୍ୟାନ୍‌ ତାଙ୍କ ଉପରେ ରାଗୁଛନ୍ତି । କିଛି ତାଙ୍କୁ ଡ୍ରାମେବାଜ୍‌ କହୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.