ପ୍ରମୂଖ ଖବର
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଆବେଦନକାରୀ ଭତ୍ତାକୁ ଚାହିଁ ରହିଛନ୍ତି ; ଟାର୍ଗେଟ୍ ନ ଥିବାରୁ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି

Published By : Prameya | March 25, 2025 10:44 PM

ଅନୁଗୁଳ,୨୫/୩ : ବଅଁରପାଳ ବ୍ଲକ ସାନ୍ତରାପୁର ଗ୍ରାମର ଭିନ୍ନକ୍ଷମ ଯୁବକ ମନୋଜ ସାହୁ(୨୪) ।  ଠିକ୍‌ରେ କଥା କହିପାରୁନାହାନ୍ତି କି ହାତଗୋଡ଼ ଚଳୁନି । ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାଙ୍କୁ ଭତ୍ତା ମିଳୁନି ।୬ ମାସ ହେଲା ସେ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ୍‌କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ି ନୟାନ୍ତ ହେଲେଣି । ହେଲେ ତାଙ୍କ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁନି । ଭତ୍ତା ପାଇବା ଆଶା ମରି ମରି ଯାଉଛି । କେବଳ ଭିନ୍ନକ୍ଷମ ମନୋଜ ନୁହନ୍ତି, ଜିଲ୍ଲାର୯୭୮ ଜଣ ଭିନ୍ନକ୍ଷମଙ୍କ ସମେତ ୧୭ ହଜାର ୪୨୮ଜଣ ଆବେଦନକାରୀ ଚାହିଁ ବସିଛନ୍ତି ଏହି ସରକାରୀ ସହାୟତାକୁ । କିଏ ୧୦ ମାସ ତ କିଏ ୮ ମାସ ହେଲା ଅପେକ୍ଷା କରି ରହିଛନ୍ତି । 

ମାତ୍ର ସରକାରୀ ଟାର୍ଗେଟ୍‌ ନଥିବାରୁ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି । ଜିଲ୍ଲାକୁ ସରକାର ଦେଇଥିବା ଟାର୍ଗେଟ୍‌ପୂରଣ ହୋଇ ସାରିଥିବାବେଳେ କାହାର ମୃତ୍ୟୁ ଘଟିଲେ ସେହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ । ନଚେତ୍‌ ସରକାର ଟାର୍ଗେଟ୍‌ ବଢ଼ାଇଲେ ହିଁ ଆବେଦନକାରୀଙ୍କ ପ୍ରତୀକ୍ଷାର ଅନ୍ତଘଟିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ନିର୍ବାଚନ ବେଳାରେ ଭତ୍ତାର ଭଣ୍ଡାର ଖୋଲିଥିଲେ ତତ୍କାଳୀନ ସରକାର । ଟାର୍ଗେଟ୍‌ନିୟମକୁ ଉଠାଇ ଦେଇ ହାତ ଖୋଲାକରିବାଣ୍ଟିଥିଲେ ଭତ୍ତା । ୬୦ ବର୍ଷ ଛୁଇଁଥିବା ଲୋକଭତ୍ତା ପାଇଲେ । ମାତ୍ର ସେତେବେଳେ ଆବେଦନକରିପାରିନଥିବା ଅସହାୟ, ଗରିବ, ଭିନ୍ନକ୍ଷମଭତ୍ତାରୁ ବଞ୍ଚିତ ହୋଇଥିଲେ । ଏବେ ସରକାରପୁଣିଥରେ ଟାର୍ଗେଟ୍‌ ନିୟମ କାର୍ଯ୍ୟକାରୀକରିଥିବା ବେଳେ ଜିଲ୍ଲାରେ ଦିନକୁ ଦିନ ଭତ୍ତାଆବେଦନକାରୀଙ୍କ ସଂଖ୍ୟା ବଢି ଚାଲିଛି ।ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେମଧୁବାବୁ ପେନସନ୍‌ ଯୋଜନା ଓ ଜାତୀୟ ସାମାଜିକସହାୟତା କାର୍ଯ୍ୟକ୍ରମରେ ମୋଟ୍‌ ୧ ଲକ୍ଷ ୫୪ହଜାର ୮୫୯ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି । ସରକାର ଯେତିକି ଟାର୍ଗେଟ୍‌ ଦେଇଥିଲେ, ତାହାପୂରଣ ହୋଇ ସାରିଥିବା ବେଳେ ଆବେଦନକାରୀଙ୍କସଂଖ୍ୟା ୧୭ ହଜାର ଟପିଲାଣି । ବଅଁରପାଳବ୍ଲକରେ ସର୍ବାଧିକ ୩ ହଜାର ୨୮୬ ଜଣ ଭତ୍ତାପାଇଁ ଅପେକ୍ଷାରେ ଅଛନ୍ତି । ଭତ୍ତା ପାଇବାରସମସ୍ତ ମାନଦଣ୍ଡ ପୂରଣ କରିବା ସହିତ ସରକାରୀଦପ୍ତର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

ସେପଟେ ଅନୁଗୁଳ ପୌରପାଳିକାରେ ୫୨୪ଜଣ, ଅନୁଗୁଳ ବ୍ଲକରେ ୨ ହଜାର ୯୫୩ ଜଣ,ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫୨ଜଣ, ଆଠମଲ୍ଲ ିକ ବ୍ଲକର ୧୧୬୫ ଜଣ, ଛେଣ୍ଡିପଦାବ୍ଲକର ୨ ହଜାର ୩୫୬ ଜଣ, କଣିହାଁ ବ୍ଲକର ୧ହଜାର ୮୩୫ ଜଣ, କିଶୋରନଗର ବ୍ଲକର ୧ହଜାର ୧୬୦ ଜଣ, ପାଳଲହଡା ବ୍ଲକର ୧ ହଜାର୯୬୮ ଜଣ, ତାଳଚେର ବ୍ଲକର ୧ ହଜାର ୫୭୯ଜଣ ଓ ତାଳଚେର ପୌରାଞ୍ଚଳର ୪୫୦ ଜଣଭତ୍ତା ପାଇଁ ଆବେଦନ କରି ପ୍ରତୀକ୍ଷାରେ ଅଛନ୍ତି ।ଅପେକ୍ଷାରେ ଥିବା ଆବେଦନକାରୀଙ୍କ ମଧ୍ୟରେ୧୮୨୪ ଜଣ ବିଧବା ରହିଛନ୍ତି । ସେହିପରି ୧୨ଜଣ ଏଡ୍‌ସ ଆକ୍ରାନ୍ତ, ୪ ଜଣ କୁଷ୍ଠ ଆରୋଗ୍ୟ,୯ ଜଣ କିନ୍ନର ଓ ୭୫ ଜଣ ବିବାହ ବିଚ୍ଛେଦହୋଇଥିବା ମହିଳା ଭତ୍ତା ଅପେକ୍ଷାରେ ରହିଛନ୍ତି ।ସେପଟେ ଜିଲ୍ଲାରେ ଅନେକ ଭୂତହିତାଧିକାରୀ ରହିଥିବା ସରକାରୀ ସୂତ୍ରରୁଜଣାପଡ଼ିଛି । ଗୋଟିଏ ପଟେ   ଭତ୍ତା ପାଇଁ ମାସମାସ ଧରି ଆବେଦନକାରୀ ଚାହିଁ ରହିଥିବାବେଳେ ଅନ୍ୟପଟରେ ଅନେକ ହିତାଧିକାରୀଙ୍କମୃତ୍ୟୁ ପରେ ତାଙ୍କ ପରିବାର ଲୋକ ୮ ମାସରୁବର୍ଷେ ପର୍ଯ୍ୟନ୍ତ ଭତ୍ତା ଟଙ୍କା ଉଠାଇ ଚାଲିଛନ୍ତି ।

ପଞ୍ଚାୟତ ସ୍ତରରେ ଅଧିକାରୀମାନେ ତଞ୍ଚକତାକରୁଥିବାରୁ ଏହି ଘଟଣା ସାମ୍ନାକୁ ଆସିପାରୁନି ।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠଅଧିକାରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ସରକାରହାତଖୋଲା ଭତ୍ତା ବାଣ୍ଟିଥିଲେ । ସେହି ସମୟରେ୬୦ ବର୍ଷ ଛୁଇଁଥିବା ବହୁ ସ୍ୱଚ୍ଛଳ ବର୍ଗର ଲୋକମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇଥିଲେ ।ନିର୍ବାଚନ ବେଳାରେ ସରକାରଙ୍କ କୋହଳ ମନୋଭାବ ଯୋଗୁଁ ବହୁ ଲୋକ ଏଥିରେ ଯୋଡ଼ି ହୋଇଥିବା ବେଳେ ଏବେ ଟାର୍ଗେଟ୍‌ ନଥିବାରୁହଜାର ହଜାର ଯୋଗ୍ୟ ହିତାଧିକାରୀ ଭତ୍ତାରୁବଞ୍ଚିତ ହୋଇଛନ୍ତି । ଏ ନେଇ ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ରଙ୍କ ସହଯୋଗାଯୋଗ କରିବାରୁ ସେ କହିଛନ୍ତି, ସରକାରଙ୍କ ଯେତିକି ଟାର୍ଗେଟ୍‌ ରହିଛି, ସେତିକି ପୂରଣହୋଇସାରିଛି । ଆବେଦନକାରୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଟାର୍ଗେଟ୍‌ ବଢ଼ାଇବାକୁ ସରକାରଙ୍କୁ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.