ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

କୁନାଲ କାମ୍‌ରାଙ୍କ ବିବାଦ ଭିତରେ ହଂସଲ-କଙ୍ଗନା ମୁହାଁମୁହିଁ, ଅଭିନେତ୍ରୀ କହିଲେ-‘ମୋ ଦୁଃଖ ସମୟରେ ସେ ହସିଥିଲେ’

Published By : Prameya | March 26, 2025 8:19 AM

ମୁମ୍ବାଇ, ୨୬/୦୩: କୁନାଲ କାମ୍‌ରାଙ୍କ କମେଡି ବିବାଦ ଭିତରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଲୋକପ୍ରିୟ ଫିଲ୍ମ ନିର୍ମାତା ହଂସଲ ମେହତା ମୁହାଁମୁହିଁ ହୋଇଛନ୍ତି । କଙ୍ଗନା କହିଥିଲେ, ଯେତେବେଳେ ମୋ ଘରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ କୁନାଲ ତାତ୍ସଲ୍ୟ କରିଥିଲେ । ଏହା ପରେ ହଂସଲ ମେହତା ଦ ହାବିଟାଟ୍‌ ଷ୍ଟୁଡିଓରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜା ଏବଂ କଙ୍ଗନାଙ୍କ ଘର ଉପରେ କାର୍ଯ୍ୟାନୁଷ୍ଠାନ ଭିତରେ ଫରକ୍‌ ବର୍ଣ୍ଣନା କରିଥିଲେ । ଯାହାପରେ ହଂସଲ ମେହତା ଏଜେଣ୍ଡା ଚଲାଉଥିବା ଭଳି ଅଭିଯୋଗ ମଧ୍ୟ କଙ୍ଗନା ଆଣିଛନ୍ତି । 

ମଙ୍ଗଳବାର ହଂସଲ ମେହତା ଏକ ପୋଷ୍ଟର ଜବାବ ଦେଇ ପୋଷ୍ଟ କରିଥିଲେ, ‘କ’ଣ କଙ୍ଗନାଙ୍କ ଘରେ ଏଭଳି ଭଙ୍ଗାରୁଜା ହୋଇଥିଲା? କ’ଣ ଗୁଣ୍ଡାମାନେ ତାଙ୍କ ଘର ଭିତରେ ପଶିଥିଲେ? କ’ଣ ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦବାଇବା ପାଇଁ ଏପରି କରାଯାଇଥିଲା ନା କଥିତ ଏଫ୍‌ଏସ୍‌ଆଇର ଉଲ୍ଲଂଘନ ପାଇଁ ହୋଇଥିଲା? ଦୟାକରି ମୋତେ କୁହନ୍ତୁ, ବୋଧହୁଏ ମୋତେ ତଥ୍ୟ ଜଣାନାହିଁ ।’

ହଂସଲଙ୍କ ଏହି ପୋଷ୍ଟର ଉତ୍ତର ଦେଇ କଙ୍ଗନା ପୋଷ୍ଟ କରିଛନ୍ତି, ‘ମୋତେ ‘ହାରାମଖୋର’ କୁହାଯାଇଥିଲା । ଡରା, ଧମକା ଯାଇଥିଲା । ବିଳମ୍ବିତ ରାତିରେ ୱାଚମ୍ୟାନ୍‌ଙ୍କୁ ନୋଟିସ୍‌ ଦିଆଯାଇଥିଲା ଏବଂ ପରଦିନ ସକାଳେ କୋର୍ଟ ଖୋଲିବା ପୂର୍ବରୁ ବୁଲ୍‌ଡୋଜର ମୋ ଘରକୁ ଭାଙ୍ଗି ଦେଇଥିଲା । ହାଇକୋର୍ଟ ମୋ ଘର ଭଙ୍ଗାରୁଜାକୁ ବେଆଇନ କହିଥିଲେ । ସେତେବେଳେ କୁନାଲ କାମ୍‌ରା ଏହା ଉପରେ ହସିଥିଲେ । ସାର୍ବଜନିନ ଭାବେ ମୋତେ ଅପମାନିତ କରାଯାଇଥିଲା’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.