ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୋନୁ ନିଗମଙ୍କ କନସର୍ଟରେ ଅଘଟଣ ; ଲୋକେ ଫୋପାଡ଼ିଲେ ପଥର

Published By : Gurupada Nath | March 25, 2025 9:11 PM

ମୁମ୍ବାଇ, ୨୫/୩ :   ବଲିଉଡ଼ର ପ୍ରସିଦ୍ଧ ସିଙ୍ଗର ସୋନୁ ନିଗମ ନିଜ କନସର୍ଟକୁ ନେଇ ଚର୍ଚ୍ଚାରେ । ନିକଟରେ ହୋଇଥିବା ତାଙ୍କ କନସର୍ଟ ସମୟରେ ଲୋକେ ଅସମ୍ଭାଳ ହୋଇଗଲେ । ସେ ସୋନୁ ନିଗମଙ୍କ ଉପରେ ପଥର, ବୋତଲ ଫୋପାଡ଼ିଥିଲେ । ପରେ ସୋନୁ ଏହା ଉପରେ ରିଆକ୍ଟ କରିଥି‌ଲେ ଏବଂ ଲୋକଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ ।

ଦିଲ୍ଲୀର ଟେକ୍ନୋଲଜୀ ୟୁନିଭର୍ସିଟିର Engifest ରେ ସୋନୁ ନିଗମ ରବିବାର ପରଫର୍ମାନ୍ସ କରୁଥିଲେ । ଏହି ସମୟରେ ଭିଡ଼ରୁ ଲୋକେ ପଥର ଏବଂ ବୋତଲ ଫୋପାଡ଼ିଥିଲେ । ଏହା ଦେଖି ସୋନୁ ନିଗମ ପରଫର୍ମାନ୍ସ ଅଧାରେ ରଖିଥିଲେ ଏବଂ ଦର୍ଶକଙ୍କୁ ରିଆକ୍ଟ କରିଥିଲେ ଏଭଳି ଆକ୍ଶନ କରୁନ୍ତ ନାହିଁ । ଶୋରେ କେହି ଜଣେ ହେୟାରବ୍ୟାଣ୍ଡ ଫୋପାଡ଼ିଥିଲେ ତ ସୋନୁ ତାକୁ ନିଜ ମଥାରେ ଲଗାଇ ଦେଇଥିଲେ । ସୋନୁ ଲୋକଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଯେତେବେଳେ ମାମଲା ଆହୁରି ବିଗିଡ଼ିବାକୁ ଲାଗିଲା ତ ସେ ଲୋକଙ୍କୁ ରିକ୍ବେଷ୍ଟ କରିଥିଲେ ।

ପରେ ସୋନୁ କହିଥିଲେ କି,‘ ମୁଁ ଆପଣଙ୍କ ଲାଗି ଆସିଛି ଏଠାରେ ଆମେ ସବୁ ବହୁତ ଭଲ ସମୟ ବିତାଇପାରିବା । ମୁଁ ଆପଣଙ୍କୁ ଉପଭୋଗ କରିବାକୁ ମନା କରୁନାହିଁ କିନ୍ତୁ ଏଭଳି କରନ୍ତୁ ନାହିଁ ’। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.