ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଜେଜେ ମା’ ଆଖି ସାମ୍ନାରେ ଚାଲିଗଲା ନାତିର ଜୀବନ, ପୋଖରୀରେ ବୁଡି ୬ ବର୍ଷ ନାବାଳକର ମୃତ୍ୟୁ...

Published By : Prameya | March 25, 2025 4:24 PM

ଖନ୍ତାପଡ଼ା ୨୫/୦୩: ପୋଖରୀରେ ଗାଧୋଇବା ବେଳେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଟିଣା ଗ୍ରାମର ପ୍ରଦୀପ ଦଳେଇଙ୍କ ବଡ଼ ପୁଅ ଅଭିମାନ ଦଳେଇ।  ଘଟଣା କ୍ରମେ ଆଜି ସକାଳ ୧୧ ଘଟିକା ସମୟରେ ନିଜ ଜେଜେମାଙ୍କ ସହ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଅଭିମାନ। ପୋଖରୀର ପାହାଚ ଖସଡା ରହିଥିବାରୁ ଜେଜେମାଙ୍କ ଆଖି ସାମ୍ନାରେ ନାତି ଅଭିମାନର ଗୋଡ଼ ଖସିଯାଇଥିଲା। ଜେଜେମା ପାଟି କରିବାରୁ ଗ୍ରାମର କିଛି ଲୋକ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ଅଭିମାନକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ବାଇକ ଯୋଗେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ନାବାଳକର ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମେଡିକାଲ ପକ୍ଷରୁ ଖନ୍ତାପଡ଼ା ଥାନାକୁ ଘଟଣା ବାବଦରେ ସୂଚନା ଦେବା ପରେ ମେଡିକାଲରେ ଏଏସଆଇ ଅମିତା ଦାସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ବାଲେଶ୍ୱର ମେଡିକାଲକୁ ପଠାଇଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.