ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବରପାଲି ସାଇଡିଂରେ କୋଇଲା ପଡ଼ିବାକୁ ନେଇ ଉତ୍ତେଜନା, ପୋଲିସର ଲାଠିମାଡ଼ରେ ଜଣେ ମହିଳା ଆହତ

Published By : Prameya | March 25, 2025 3:11 PM

ସୁନ୍ଦରଗଡ଼, ୨୫/୦୩ : ସୁନ୍ଦରଗଡ଼ ହେମଗିରି ଥାନା ବରପାଲି ସାଇଡିଂରେ କୋଇଲା ପଡିବାକୁ ନେଇ ଉତ୍ତେଜନା। ରେଲୱେ କୋଇଲା ପରିବହନକୁ ସ୍ଥାନୀୟ ଲୋକଙ୍କ ବିରୋଧ କରିବାରୁ ପୋଲିସର ଲାଠିଚାର୍ଜ। ପୋଲିସର ଲାଠିମାଡ଼ରେ ଜଣେ ମହିଳା ଆହତ। ମହିଳାଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛି। ପୋଲିସର କଡ଼ା ପହରା ଭିତରେ ବରପାଲି ସାଇଡିଙ୍ଗରେ କୋଇଲା ପକା ଯାଉଛି। ଗ୍ରାମବାସୀ ଏବେବି ଧାରଣାରେ ବସିଛନ୍ତି। 

ସୂଚନାନୁଯାୟୀ, ବରପାଲି ସାଇଡିଂକୁ ବନ୍ଦ କରିବା ପାଇଁ ଲୋକମାନେ ଅନେକ ଦିନ ହେବ ସେଠାରେ ଧାରଣାରେ ବସିଥିଲେ। ରେଲୱେ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗରେ ଜଣାଇଥିଲେ। ହେଲେ ଜୋର ଜବରଦସ୍ତ ଏହି ସାଇଡିଂରେ କୋଇଲା ପଡୁଥିବାରୁ ସ୍ଥାନୀୟ ଲୋକେ ଆଜି ରେଲୱେ ସାଇଡିଂ ଅବରୋଧ କରିଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହେଇଥିଲା। ପୋଲିସର ଲାଠି ମାଡ଼ରେ ଜଣେ ମହିଳା ଆହତ ହୋଇଥିଲେ। ତାଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛି। 

ଏହି ଖବରଟିକୁ ପଢନ୍ତୁ-ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.