ରାୟଗଡ଼ା,୨୫ା୩(ଆପ୍ର): ପରକୀୟା ପ୍ରୀତି ଧରାପଡ଼ିବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଦୁଇ ପ୍ରେମୀ ଯୁଗଳ । ସେମାନେ ହେଲେ ରାୟଗଡ଼ା ସହର ରୟତ କଲୋନି ସପ୍ତମ ଲାଇନ୍ର କେ.ରମେଶ (୪୨) ଓ ଶ୍ରୀଦେବୀ (୨୪) । ପୁଲିସ୍ ଶବ ଜବତ କରି ତଦନ୍ତ କରୁଛି । ବୁଧବାର ବ୍ୟବଚ୍ଛେଦ ପରେ ପରିବାରକୁଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ କେକେବିକେ କହଁର କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ରମେଶ ବିବାହିତ । ତାଙ୍କର ସ୍ତ୍ରୀ ଓ ଦୁଇସନ୍ତାନ ଅଛନ୍ତି । ଏହା ସତ୍ତେ୍ୱ ପଡ଼ୋଶୀ ଭାବେ ରହୁଥିବା ଶ୍ରୀଦେବୀଙ୍କ ସହତାଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ଅନେକ ସମୟରେ ସେମାନେ ସ୍ଥାନୀୟଫାୟାର୍ ଷ୍ଟେସନ୍ ନିକଟରେ ନେଇଥିବା ଭଡ଼ାଘରେ ସମୟ ବିତାଉଥିଲେ ।ଏହି ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯାଇଥିଲେ ଉଭୟଙ୍କ ପରିବାର ଏବଂ ପଡ଼ୋଶୀ । ଉଭୟ କିଛିଦିନ ହେଲା କୁଆଡ଼େ ଚିନ୍ତାରେ ରହିଥିଲେ । ଲୋକଲଜ୍ଜାଭୟରେ ଦୁହେଁ ମଙ୍ଗଳବାର ଉକ୍ତ ଭଡ଼ାଘରେ କୀଟନାଶକ ପିଇ ଦେଇଥିଲେ ।ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସନ୍ଦେହ ଜାତ ହୋଇଥିଲା । ଉଭୟଙ୍କପରିବାର ଲୋକେ ପହଞ୍ଚିଲା ବେଳକୁ ଭଡ଼ାଘରେ ଗୁରୁତର ଅବସ୍ଥାରେପଡ଼ ରହିଥିଲେ ରମେଶ ଓ ଶ୍ରୀଦେବୀ । ସଙ୍ଗେ ସଙ୍ଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣରେ ଆଖିବୁଜିଦେଇଥିଲେ ରମେଶ । ସନ୍ଧ୍ୟାରେ ଆରପାରିକୁ ଚାଲିଯାଇଥିଲେ ଶ୍ରୀଦେବୀ ।