କାଶୀପୁର - କାଶୀପୁରର ନୂଆ ତହସିଲଦାର ଭାବେ ମିମାଂଶା ସାହୁ(ଓଏଏସ,ଏ ,ଜେବି) ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। କାଶୀପୁରରେ ଫାଷ୍ଟ ପୋଷ୍ଟିଂ ଏବଂ ପ୍ରଥମ ମହିଳା ତହସିଲଦାର ଭାବେ ଏଠାରେ ତାଙ୍କୁ ନିଯୁକ୍ତ କରାଯାଇଥିବା ଜଣା ଯାଇଛି।
ଏଥିରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ,ଆର ଆଇ, ଏ ଆର ଆଇ ପ୍ରମୁଖଙ୍କ ସହିତ ଅଞ୍ଚଳବାସୀ ସ୍ୱାଗତ ଜଣାଇଛନ୍ତି। ଏହା ପୂର୍ବରୁ କାଶୀପୁରରେ ଥିବା ତହସିଲଦାର ମହେଶ୍ବର ବେହେରାଙ୍କ ବଦଳି ପରେ ପ୍ରାୟ ଏକ ମାସ ଧରି ଏଠାରେ ସ୍ଥାୟୀ ତହସିଲଦାର ପଦବୀ ଖାଲି ପଡିଥିଲା।
ସେହିପରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ି ଥିବାରୁ ତୁରନ୍ତ ଏହି ପଦବୀପୂରଣ ପାଇଁ ଦାବି ହେଉଛି।