ପ୍ରମୂଖ ଖବର
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ ; ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ

Published By : Prameya | March 11, 2025 9:36 PM

ଭୁବନେଶ୍ବର, ୧୧/୩ : ବାନ୍ଧବୀରୁ ହେଲେ ସ୍ତ୍ରୀ । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସାତ ଜନ୍ମର ସାଥୀ ହେଲେ ଜାଗ୍ରତି ଶୁକ୍ଲା । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ଓ ଜାଗ୍ରତି । ଉଭୟଙ୍କ ବିବାହ ସହ ବହୁ ଦିନରୁ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ବାହାରେ ଏହି ବିବାହର ଆୟୋଜନ ହୋଇଛି । ସୂଚନା ଅନୁସାରେ ରାଜସ୍ଥାନର ଜୟପୁରଠାରେ ଭବ୍ୟ ଆୟୋଜନରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି । ଆଜି ଅପରାହ୍ନରେ ଅନୁଭବ ମହାନ୍ତିଙ୍କ ବର ବେଶରେ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା। ଯାହାକୁ ବହୁ ଦିନରୁ ତାଙ୍କ ଫ୍ୟାନ୍ସମାନେ ଅପେକ୍ଷା କରିଥିଲେ । ଏହି ଫଟୋ ଆସିବା ମାତ୍ରକେ ଭାଇରାଲ ହେବା ସହ ତାଙ୍କ ଫ୍ୟାନ୍ସମାନେ ଖୁସିରେ ବିଭୋର ହୋଇପଡ଼ିଥିଲେ । ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ଲୋକ ସାମିଲ୍ ହୋଇଥିବାବେଳେ କେତେକ ନିକଟତମ ସମ୍ପର୍କୀୟ ଯୋଗଦେଇଛନ୍ତି ।

ଗତ ୭ ତାରିଖରେ ଉଭୟଙ୍କ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। ଏହାପରେ ଜାଗ୍ରତି ତାଙ୍କ ସୋସିଆଲ ମିଡ଼ିଆ ପେଜରେ ଉଭୟଙ୍କ ଫଟୋ ପୋଷ୍ଟ କରି ନିର୍ବନ୍ଧ ସରିଥିବା ପ୍ରକାଶ କରିଥିଲେ । ପରେ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବେ ହେବ ବାହାଘର ତାକୁ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ବହୁ ଦିନରୁ ୧୧ତାରିଖରେ ବାହାଘର ବୋଲି ସୂଚନା ରହିଥିଲା । ମାତ୍ର ଏ ସବୁ ଚର୍ଚ୍ଚାର ଆଜି ଅନ୍ତ ଘଟିଛି । ସନ୍ଧ୍ୟାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ର ବାଳୁଙ୍ଗା ଟୋକା ଅନୁଭବ ମହାନ୍ତି । 

ପ୍ରକାଶ ଯେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବ ଖୁବଶୀଘ୍ର ଜାଗ୍ରତିଙ୍କୁ ବିବାହ କରିବେ ବୋଲି ବହୁ ଚର୍ଚ୍ଚା ହେଉଥିଲା । ଦୀର୍ଘ ଦିନ ଧରି ଏ ନେଇ ଆଲୋଚନା ହେଉଥିଲା ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.