ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା; ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ବିଧାୟିକା ତାପସୀ ଟିଏମସିରେ ସାମିଲ

Published By : Tapas Panda | March 10, 2025 7:58 PM

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ଶୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ବିଧାୟିକା ତାପସୀ ମଣ୍ଡଳ ସୋମବାର ଟିଏମସିରେ ଯୋଗ ଦେଇଛନ୍ତି । ସେ ହଳଦିଆର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  ତାଙ୍କ ସହିତ ବିଜେପି ନେତା ଶ୍ୟାମଲ ମାଇତି ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ତାପସୀ ଅନେକ ଅଭିଯୋଗ ଆଣିଛନ୍ତି । 

ତାପସୀ କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ଏକ ପ୍ରଗତିଶୀଳ ରାଜ୍ୟ । ଏଠାରେ ବିଭାଜନର ରାଜନୀତି ଚାଲିଛି । ଏହି ରାଜନୀତିକୁ ଗ୍ରହଣ କରିବା କଷ୍ଟକର ଥିଲା । ଅନେକ ଥର ମୁଁ ବିଭିନ୍ନ ଉପାୟରେ ପ୍ରତିବାଦ କରିଥିଲି କିନ୍ତୁ ଏହାର କୌଣସି ଲାଭ ହୋଇନଥିଲା । ମୁଁ ତୃଣମୂଳ ସ୍ତରରେ କାମ କରୁଛି ।’ ଶ୍ୟାମଲ ମାଇତି ମଧ୍ୟ ବିଜେପି ବିରୋଧରେ ସ୍ୱର ଉଠାଇଛନ୍ତି । 

ସେ କହିଛନ୍ତି ଯେ, ବିବିଧତା ମଧ୍ୟରେ ଏକତା ହେଉଛି ଭାରତ ଏବଂ ବେଙ୍ଗଲର ପରମ୍ପରା। ବିରୋଧୀ ନେତାମାନେ ହିଂସାତ୍ମକ ରାଜନୀତିରେ ଲିପ୍ତ। ବେଙ୍ଗଲରେ ଶାନ୍ତି ବଜାୟ ରଖିବା ପାଇଁ ଆମେ ବିଜେପି ଛାଡ଼ୁଛୁ । ଶୁଭେନ୍ଦୁ ଅଧିକାରୀ ଲୁଟପାତ କରୁଛନ୍ତି । ସେମାନେ ଅତ୍ୟାଚାର କରୁଛନ୍ତି। ଶୁଭେନ୍ଦୁ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରୁଛନ୍ତି । କେବଳ ଏତିକି ନୁହେଁ, ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ଦଙ୍ଗା ସୃଷ୍ଟି କରୁଛନ୍ତି । 




ବିଧାୟିକା ତାପସୀ ମଣ୍ଡଳଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ପୂର୍ବରୁ ମଧ୍ୟ ଟିଏମସିର ଶୀର୍ଷ ନେତାଙ୍କ ନିକଟତର ବୋଲି କୁହାଯାଏ । ୨୦୨୧ରେ ଶୁଭେନ୍ଦୁ ଅଧିକାରୀ ତାପସୀଙ୍କୁ ବିଜେପିରେ ସାମିଲ କରାଇ ଥିଲେ । ୨୦୨୪ ଆସିବା ବେଳକୁ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏହା ଲୋକସଭା ନିର୍ବାଚନ ପରେ ସ୍ପଷ୍ଟ ହୋଇ ଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.