ନୂଆଦିଲ୍ଲୀ,୧୪।୭: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦେଶର ଜେଲର କଏଦୀଙ୍କ ଭିତରେ ବୃଦ୍ଧି ପାଉଥିବା କଠୋରପନ୍ଥୀ ବିଚାରଧାରକୁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି। ତେଣୁ ସେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ପଠାଯାଇଛି।୧ ଜୁଲାଇ ୨୦୨୫ ରେ ଜାରି ହୋଇଥିବା ଏହି ଚିଠିରେ କୁହାଯାଇଛି ଯେ ଅନେକ ସମୟରେ ଜେଲରେ କଏଦୀମାନେ ସାମାଜିକ ବିଚ୍ଛିନ୍ନତା, ଦୂରଦୃଷ୍ଟୀର ଅଭାବ ଏବଂ ଗୋଷ୍ଠୀ ଗତିଶୀଳତା ଯୋଗୁଁ ମୌଳବାଦୀ ଚିନ୍ତାଧାରାର ପ୍ରଭାବରେ ହୋଇଥାନ୍ତି। ଯାହା ପରେ ଅପରାଧ ଏବଂ ହିଂସାର କାରଣ ହୋଇପାରେ।
ଜେଲର ପରିବେଶ ପ୍ରାୟତଃ ବନ୍ଦ ଏବଂ ବିଚ୍ଛିନ୍ନ ରହିଥାଏ। ଏପରି ପରିସ୍ଥିତିରେ କଏଦୀମାନେ ମୌଳବାଦୀ ଚିନ୍ତାଧାରାର ଶିକାର ହୋଇଯାଆନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ କଏଦୀମାନେ ଜେଲ କର୍ମଚାରୀ, ଅନ୍ୟ କଏଦୀ କିମ୍ବା ବାହାର ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହି କାରଣରୁ ସରକାର ଏବେ ଏହି ଦିଗରେ ସମୟୋଚିତ ତଦାରଖ ଏବଂ ହସ୍ତକ୍ଷେପ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଜେଲର ପରିବେଶ ପ୍ରାୟତଃ ବନ୍ଦ ଏବଂ ବିଚ୍ଛିନ୍ନ ରହିଥାଏ। ଏପରି ପରିସ୍ଥିତିରେ କଏଦୀମାନେ ମୌଳବାଦୀ ଚିନ୍ତାଧାରାର ଶିକାର ହୋଇଯାଆନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ କଏଦୀମାନେ ଜେଲ କର୍ମଚାରୀ, ଅନ୍ୟ କଏଦୀ କିମ୍ବା ବାହାର ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହି କାରଣରୁ ସରକାର ଏବେ ଏହି ଦିଗରେ ଠିକ୍ ସମୟରେ ନଜର ରଖିବା ଏବଂ ହସ୍ତକ୍ଷେପ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉପାୟ ଗ୍ରହଣ କରାଯାଇଛି। ତାହାହେଲା ପରିଚୟ ଓ ବିପଦର ମୂଲ୍ୟାଙ୍କନ, ପୃଥକୀକରଣ ଓ ତଦାରଖ, ପୁନଃର୍ବାସ କାର୍ଯ୍ୟକ୍ରମ, ଷ୍ଟାଫ୍ ପ୍ରଶିକ୍ଷଣ ଓ ସମ୍ବେଦନଶୀଳତା, ପରିବାର ସହ ସମ୍ପର୍କ, ଡାଟା ସଂଗ୍ରହ ଓ ବିଶ୍ଲେଷଣ। ଏହାଛଡା ଜେଲରୁ କଏଦୀ ମୁକୁଳିବା ପରେ ମଧ୍ୟ ନଜର ରଖାଯିବ ।