ପ୍ରମୂଖ ଖବର
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଇମେଲ୍‌ ମିଳିବା ପରେ ହଇଚଇ

Published By : Tapas Panda | July 14, 2025 7:37 PM

Image Courtesy: jagran

ନୂଆଦିଲ୍ଲୀ: ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରକୁ ଆରଡିଏକ୍ସ ଲଗାଇ ଉଡ଼ାଇ ଦେବାକୁ ଧମକ ମିଳିଛି  । କେହି ଦୁର୍ବୃତ୍ତ ଇମେଲ୍‌ ଜରିଆରେ ଏହି ଧମକ ଦେଇଛନ୍ତି । ଏହା ପରେ ଶିରୋମଣୀ ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସଜିପିସି) ନିଜ ସ୍ତରରେ ଘଟଣାର ଯାଞ୍ଚ କରିଛି । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସେପଟେ ଇମେଲ୍‌ ସଂପର୍କରେ ସ୍ଥାନୀୟ ଥାନା ଏବଂ ପୁଲିସ କମିଶନରଙ୍କୁ ସୂଚନା ଦିଆଯାଇଛି ବୋଲି ଏସଜିପିସିର ମୁଖ୍ୟ ସଚିବ କୁଲଓ୍ବନ୍ତ ସିଂହ କହିଛନ୍ତି । ଘଟଣା ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । 

ହରିମନ୍ଦିର ସାହିବ ଶିଖମାନଙ୍କର ସବୁଠାରୁ ପବିତ୍ର ଧାର୍ମିକ ସ୍ଥଳ  । ସବୁଠାରୁ ପ୍ରମୁଖ ଗୁରୁଦ୍ୱାର, ଯାହାକୁ ଦରବାର ସାହିବ ବା ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହାଯାଏ।  ଏହା ପଞ୍ଜାବର ଅମୃତସର ସହରରେ ଅବସ୍ଥିତ ଏବଂ ଏଠାକାର ସବୁଠାରୁ ବଡ଼ ଆକର୍ଷଣ । ସମ୍ପୂର୍ଣ୍ଣ ଅମୃତସର ସହର ସ୍ୱର୍ଣ୍ଣ ମନ୍ଦିର ଚାରିପାଖରେ ଅବସ୍ଥିତ। ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିବାକୁ ଆସନ୍ତି ।

ଅମୃତସରର ନାମକରଣ ପ୍ରକୃତରେ ଗୁରୁ ରାମ ଦାସ ନିଜ ହାତରେ ତିଆରି କରିଥିବା ସରୋବର ଅନୁସାରେ କରାଯାଇଛି। ଏହି ଗୁରୁଦ୍ୱାର ଏହି ସରୋବର ମଧ୍ୟଭାଗରେ ଅବସ୍ଥିତ। ଏହି ଗୁରୁଦ୍ୱାରର ବାହାର ଅଂଶ ସୁନାରେ ତିଆରି, ତେଣୁ ଏହାକୁ 'ସ୍ୱର୍ଣ୍ଣ ମନ୍ଦିର' ବୋଲି କୁହାଯାଏ। ସ୍ୱର୍ଣ୍ଣ ମନ୍ଦିରର ଲୋକପ୍ରିୟତା ବହୁତ । ଏଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଏଭଳି ସ୍ଥିତିରେ ମନ୍ଦିରକୁ ବୋମା ଧମକ ମିଳିବା ଚିନ୍ତାର ବିଷୟ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.