ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମଦ୍ୟପ ସ୍ୱାମୀଙ୍କୁ ମାରି ଘର ହତାରେ ପୋତିଲା ସ୍ତ୍ରୀ; ହତ୍ୟାର ୧୭ ଦିନ ପରେ ଥାନାରେ କଲା ଆତ୍ମସମର୍ପଣ

Published By : Bijay Swain | July 14, 2025 11:12 PM

ଗୌହାଟୀ: ଆସାମରେ ଜଣେ ୩୮ ବର୍ଷୀୟ ମହିଳା ତାଙ୍କ ୪୨ ବର୍ଷୀୟ ସ୍ୱାମୀଙ୍କୁ ହତ୍ୟା କରି ଘର ପରିସରରେ ପୋତି ଦେଇଥିବା ଅଭିଯୋଗରେ ଗତ ରବିବାର ଗିରଫ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିଜେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଘଟଣାଟି ଗତ ଜୁନ ୨୬ ତାରିଖରେ ଘଟିଥିବା ଜଣାପଡ଼ିଛି।

ପୁଲିସ ରିପୋର୍ଟ ଅନୁସାରେ, ଉକ୍ତ ମହିଳାଙ୍କ ନାମ ରହିମା ଖାତୁନ ହୋଇଥିବା ବେଳେ ତାଙ୍କ ମୃତ ସ୍ୱାମୀଙ୍କ ନାମ ସବିୟାଲ ରେହମାନ ବୋଲି ଜଣାପଡିଛି। ସବିୟାଲ ଅନେକ ସମୟରେ ମଦ ପିଇ ଘରେ ଝଗଡା କରିବା ସହ ରହିମାଙ୍କୁ ମାରଧର କରିଥାନ୍ତି। ଏହିପରି ଗତ ଜୁନ ୨୬ ତାରିଖରେ ମଧ୍ୟ ଅନୁରୁପ ଢଙ୍ଗରେ ସବିୟାଲ ସ୍ୱାମୀ ମଦ୍ୟପାନ କରି ଘରେ ଆସି ଝଗଡ଼ା କରିଥିଲେ। ପରେ ଏହି ଝଗଡା ହିଂସାତ୍ମକ ରୂପ ନେଇଥିଲା। ଝଗଡ଼ା ମଧ୍ୟରେ ରହିମା ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ। ଏହି ମାଡରେ ଘଟଣାସ୍ଥଳରେ ହିଁ ସବିୟାଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରହିମା ଭୟଭୀତ ହୋଇ ସବିୟାଲଙ୍କ ମୃତଦେହକୁ ଘର ପରିସରରେ ହିଁ ପୋତି ଦେଇଥିଲେ।

ତେବେ ସବିୟାଲ ଓ ତାଙ୍କ ଭାଇ ମିଳିତ ଭାବେ କବାଡି ବ୍ୟବସାୟ କରିଥାନ୍ତି। ହେଲେ ସବିୟାଲ ଅନେକ ଦିନ ଧରି କାମକୁ ନଆସିବାରୁ ଓ ତାଙ୍କ ପତ୍ନୀ ଏନେଇ ସନ୍ତୋଷଜନକ ଉତ୍ତର ନଦେବାରୁ ତାଙ୍କ ଭାଇ ବାଧ୍ୟ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ରହିମା ଏହା ଜାଣିବା ପରେ ନିଜ ଆଡୁ ପୁଲିସ ଥାନାରେ ପହଞ୍ଚିବା ସହ ନିଜେ କରିଥିବା ଦୋଷକୁ ସ୍ୱିକାର କରିଥିଲେ।

ଏନେଇ ପଶ୍ଚିମ ଗୌହାଟିର ଡେପୁଟି କମିସନର ପଦ୍ମନାଭ ବରୁହା ସୂଚନା ଦେଇ କହିଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଥିବା ବେଳେ ରହିମାଙ୍କ ମାଡରେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିଲେ। ଏହାପରେ ସେ ଭୟଭୀତ ହୋଇଯାଇଥିଲେ। ସେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ନିଜ ଘର ପରିସର ମଧ୍ୟରେ ଏକ ଗାତ ଖୋଳି ପୋତି ଦେଇଥିଲେ। 

ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖାଯାଇ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.