ନୂଆଦିଲ୍ଲୀ:ୟେମେନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା କେରଳର ନର୍ସ ନିମିଶା ପ୍ରିୟାଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଏଥିରେ ସେ ପିଏମଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । କାହିଁକି ନା, ମୃତ୍ୟୁଦଣ୍ଡ ସମ୍ପର୍କରେ କେନ୍ଦ୍ର ସରକାର "ବହୁତ କିଛି କରିପାରିବେ ନାହିଁ" ବୋଲି ସୁପ୍ରିମକୋର୍ଟକୁ କହିଥିଲେ । କେରଳ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ (ନିମିଶା ପ୍ରିୟା) ଜୀବନ ରକ୍ଷା ପାଇଁ ହସ୍ତକ୍ଷେପ କରିବାକୁ ପୁଣିଥରେ ଚିଠିଟି ସେୟାର କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଲେଖିଛନ୍ତି କି,"ୟେମେନରେ ବନ୍ଦୀ ଥିବା ନିମିଶା ପ୍ରିୟାଙ୍କ ମୁକ୍ତି ପାଇଁ ପିଏମ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ତାଙ୍କ ମୁକ୍ତି ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ କାମ କରୁଥିବା ସମସ୍ତଙ୍କ ସହିତ କେରଳ ସରକାର ଦୃଢ଼ ଭାବରେ ଠିଆ ହୋଇଛନ୍ତି," ପିନାରାଇ ବିଜୟନ X ରେ ଏକ ପୋଷ୍ଟରେ ଏହା କହିଛନ୍ତି।
Wrote to Hon'ble PM Shri @narendramodi Ji urging urgent intervention to secure the release of Nimisha Priya, who remains imprisoned in Yemen. The Govt of Kerala stands firmly with all those working towards her exoneration and safe return. pic.twitter.com/IekEHsxi3h
— Pinarayi Vijayan (@pinarayivijayan) July 14, 2025
ସେ ତାଙ୍କ ଚିଠି ସହିତ X ରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ପ୍ରିୟାଙ୍କ ଜୀବନ ପ୍ରତି ବିପଦ ଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିଛନ୍ତି।