ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ତିନି ବର୍ଷ ଭିତରେ ଦ୍ୱିତୀୟ ଏମଏଲସି ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ସାମଗ୍ରିକ ଭାବରେ ଏହା ଏମ୍‌ଆଇର ୧୩ତମ ବିଶ୍ୱସ୍ତରୀୟ ଟାଇଟଲ୍‌…

Published By : Ladu Kishor | July 14, 2025 9:59 PM

ମୁମ୍ବାଇ ୧୪/୭ : ଏମ୍‌ଆଇ ନ୍ୟୁୟର୍କ ୨୦୨୫ ମେଜର ଲିଗ୍‌ କ୍ରିକେଟ୍‌ (ଏମଏଲସି) ଟାଇଟଲ୍‌ ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ତିନି ସିଜିନ୍‌ ମଧ୍ୟରେ ଦ୍ୱିତୀୟ ଚାମ୍ପିଅନସିପ୍‌ ଟାଇଟଲ୍‌ ଜିତିଛି। ବିଶ୍ୱ ସ୍ତରରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ୧୩ତମ ଟାଇଟଲ୍‌ । ମୁମ୍ବାଇ ଇଣ୍ଡିଆନ୍ସ କେବଳ ୨୦୨୫ରେ ତିନୋଟି ଟ୍ରଫି ଜିତିଛି। ପୂର୍ବରୁ,ଏମ୍‌ଆଇ କେପ୍‌ ଟାଉନ୍‌ ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ଚଳିତ ବର୍ଷ ଆରମ୍ଭରେ ଡବ୍ଲୁପିଏଲରେ ଟାଇଟଲ୍‌ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ସବୁଠାରୁ ସଫଳ ବିଶ୍ୱସ୍ତରୀୟ ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ସମୂହ ।

ଏହି ଅବସରରେ ନୀତା ଏମ. ଅମ୍ବାନୀ କହିଛନ୍ତି,"ମୁମ୍ବାଇ ଇଣ୍ଡିଆନ୍ସ ପରିବାର ପାଇଁ ଏହା ବାସ୍ତବରେ ଏକ ବିଶେଷ ମୁହୂର୍ତ୍ତ। ତିନି ବର୍ଷ ମଧ୍ୟରେ ଆମର ଦ୍ୱିତୀୟ ଏମଏଲସି ଟ୍ରଫି ଜିତିବା ମୁମ୍ବାଇ ଇଣ୍ଡିଆନ୍ସର ଉତ୍ସାହ, ବିଶ୍ୱାସ ଏବଂ ଦଳଗତ ଉଦ୍ୟମର ବିଜୟ। ଆମେ ଆମର ସମସ୍ତ ପ୍ରଶଂସକ - ମୁମ୍ବାଇ ଇଣ୍ଡିଆନ୍ସ ପଲଟନ ପ୍ରତି କୃତଜ୍ଞ, ଯେଉଁମାନେ ସର୍ବଦା ଆମ ସହିତ ରହିଛନ୍ତି। ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ, ସମର୍ଥକ ଏବଂ ଆମର ବିଶ୍ୱବ୍ୟାପ୍ତ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ଅଭିନନ୍ଦନ!"

ବିଜୟ ପାଇଁ ଦଳକୁ ଅଭିନନ୍ଦନ ଜଣାଇ ଆକାଶ ଏମ. ଅମ୍ବାନୀ କହିଛନ୍ତି,"ମୁମ୍ବାଇ ଇଣ୍ଡିଆନ୍ସରେ ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଏମଆଇ ନ୍ୟୁୟର୍କ ସେମାନଙ୍କର ଦ୍ୱିତୀୟ ଏମଏଲସି ଟାଇଟଲ ଜିତିବା, ଚଳିତ ବର୍ଷ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଆମେରିକାରେ ଟାଇଟଲର ହ୍ୟାଟ୍ରିକର ଅଂଶ ଭାବରେ ଅତ୍ୟନ୍ତ ସନ୍ତୋଷଜନକ । ଏହି ସଫଳତା ଆମ ଦଳର ବର୍ଷ ବର୍ଷର ବିଶ୍ୱାସ,ସଂସ୍କୃତି ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ମୁହୂର୍ତ୍ତକୁ ସମ୍ଭବ କରିଥିବା ଏମଆଇ ନ୍ୟୁୟର୍କର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ।"

ମୁମ୍ବାଇ ଇଣ୍ଡିଆନ୍ସର ପାଞ୍ଚଟି ଦଳ ତିନୋଟି ମହାଦେଶ ଏବଂ ଚାରିଟି ଦେଶରେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି । ମୋଟ ୧୩ଟି ଚାମ୍ପିଅନସିପ୍‌ ଟାଇଟଲ୍‌ ସହିତ, ମୁମ୍ବାଇ ଇଣ୍ଡିଆନ୍ସ ବିଶ୍ୱସ୍ତରୀୟ ଟି-ଟ୍ୱେଣ୍ଟି ଲିଗ୍‌ରେ ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍‌ - ଯେଉଁଥିରେ ୫ଟି ଆଇପିଏଲ ଟାଇଟଲ୍‌, ୨ଟି ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ) ଟାଇଟଲ୍‌, ୨ଟି ମେଜର୍‌ ଲିଗ୍‌ କ୍ରିକେଟ୍‌ ଟାଇଟଲ୍‌, ୨ଟି ଚାମ୍ପିଅନ୍ସ ଲିଗ୍‌ ଟି-ଟ୍ୱେଣ୍ଟି ଟାଇଟଲ୍‌ ଏବଂ ଆଇଏଲଟି ଟ୍ୱେଣ୍ଟି (ଏମଆଇ ଏମିରେଟସ, ୨୦୨୪) ଏବଂ ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି (ଏମଆଇ କେପ୍‌ ଟାଉନ୍‌, ୨୦୨୫) ରେ ଗୋଟିଏ ଲେଖାଏଁ ଟାଇଟଲ୍‌ ସାମିଲ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.