ପ୍ରମୂଖ ଖବର
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦୁର୍ଘଟଣା ନଥିଲା..ହତ୍ୟା ହୋଇଛି…ସୂର୍ଯ୍ୟବଂଶମ୍ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁର ୨୨ ବର୍ଷ ପରେ ରୁଜୁ ହେଲା ମାମଲା…

Published By : Prameya | March 11, 2025 9:58 PM

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ଫିଲ୍ମ ସୂର୍ଯ୍ୟବଂଶମ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଟିଭିରେ ଏହି ଫିଲ୍ମଟି ଏତେ ଥର ପ୍ରସାରିତ ହୋଇଛି ଯେ, ଆପଣ ମାନେ ଏହାର ପ୍ରତିଟି ଦୃଶ୍ୟକୁ ମନେ ରଖିଥିବେ । ଏହି ଫିଲ୍ମରେ ଅମିତାଭଙ୍କ ସହ ଅଭିନେତ୍ରୀ ସୌନ୍ଦର୍ଯ୍ୟା ତାଙ୍କ ପ୍ରେମିକା ଭାବରେ ଅଭିନୟ କରିଥିଲେ । ସୌନ୍ଦର୍ଯ୍ୟା ସାଉଥ୍ ସିନେମାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ । ସେ ଅନେକ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ହିନ୍ଦି ଇଣ୍ଡଷ୍ଟ୍ରୀରେ ସେ ସୂର୍ଯ୍ୟବଂଶମ ମାଧ୍ୟମରେ ବହୁ ପରିଚିତ ହୋଇଥିଲେ। 

ସୌନ୍ଦର୍ଯ୍ୟାଙ୍କର ସେତେବେଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅଭିନେତ୍ରୀ ଗର୍ଭବତୀ ଥିଲେ । ହେଲେ ଏହି ଅଭିନେତ୍ରୀଙ୍କ ମୃତ୍ୟୁର ବହୁ ବର୍ଷ ପରେ ଟଲିଉଡ୍‌ର ବରିଷ୍ଠ ଅଭିନେତା ମୋହନ ବାବୁଙ୍କ ବିରୋଧରେ ଏବେ ମାମଲା ଦାଖଲ ହୋଇଛି । ତାଙ୍କ ଉପରେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି । 

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କର ୧୭ ଅପ୍ରେଲ୍ ୨୦୦୪ରେ ପ୍ରାଇଭେଟ ପ୍ଲେନ କ୍ରାସରେ ମୃତ୍ୟୁ ହୋଇଥିଲା। ରିପୋର୍ଟ ମୁତାବକ ସେତେବେଳେ ସେ କରିମନଗରରେ ଭାରତୀୟ ଜନତା ପାର୍ଟି ଏବଂ ତେଲୁଗ ଦେଶମ ପାର୍ଟି ପାଇଁ ରାଜନୈତିକ ପ୍ରଚାରରେ ସାମିଲ ହେବା ପାଇଁ ଯାଉଥିଲେ । ଏଥିରେ ତାଙ୍କ ଭାଇର ବି ମୃତ୍ୟୁ ହୋଇଥିଲା। ସେତେବେଳେ ସୌନ୍ଦର୍ଯ୍ୟାଙ୍କ ମୃତ ଦେହ ମଧ୍ୟ ମିଳି ପାରିନଥିଲା । 

ତେବେ ମୃତ୍ୟୁର ୨୨ ବର୍ଷ ପରେ ଏକ ମାମଲା ରୁଜୁ ହୋଇଛି, ଯେଉଁଥିରେ ଦାବି କରାଯାଉଛି ଯେ, ସୌନ୍ଦର୍ଯ୍ୟାଙ୍କର ମୃତ୍ୟୁ ଦୁର୍ଘଟଣାରେ ହୋଇନାହିଁ । ବରଂ ତାଙ୍କୁ ହତ୍ୟା କରାଯାଇଛି । ଅଭିନେତା ମୋହନଙ୍କ ସହ ତାଙ୍କର ସମ୍ପତ୍ତି ବିବାଦ ରହିଥିଲା । ଖମ୍ମମ ଏସିପି ଏବଂ ଜିଲ୍ଲା ଅଧିକାରୀଙ୍କ ନିକଟରେ ଏହି ମାମଲା ଦାଖଲ କରିଛନ୍ତି ଚିଟ୍ଟି ମଲ୍ଲୁ ନାମକ ଜଣେ ବ୍ୟକ୍ତି ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.