ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ଦୁଇଟି ମୁସଲିମ୍ ସଂଗଠନ ବିରୋଧରେ ନେଇଛନ୍ତି ବଡ଼ ଆକ୍ସନ। ପ୍ରଭାବଶାଳୀ ଧାର୍ମିକ ନେତା ମିରଭାଇଜ୍ ଉମର ଫାରୁକ୍ଙ୍କ ନେତୃତ୍ବାଧୀନ ଜମ୍ମୁ-କଶ୍ମୀର ଆବାମୀ ଆକ୍ସନ କମିଟି(ଏଏସି) ଓ ଶିୟା ନେତା ମସରୁର ଆବାସ ଅନସାରୀଙ୍କ ନେତୃତ୍ବରେ ଜମ୍ମୁ-କଶ୍ମୀର ଇତେହାଦୁଲ ମୁସଲିମିନ୍(ଜେକେଆଇଏମ୍) ଉପରେ ୫ ବର୍ଷ ପାଇଁ କଟକଣା ଲଗାଇ ଦେଇଛନ୍ତି। ଏହି ସଂଗଠନ ଉପରେ ଦେଶ ବିରୋଧି ଗତିବିଧି, ଆତଙ୍କବାଦର ସମର୍ଥ ଓ ବିଚ୍ଛିନ୍ନବାଦୀ ଗତିବିଧିକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ରହିଛି।
ଗୃହମନ୍ତ୍ରଣାଳ ମନ୍ତ୍ରଣାଳୟ ବେଆଇନ ଗତିବିଧି(ପ୍ରତିରୋଧ)ଆଇନ-୧୯୬୭ ଅନୁସାରେ ଏଏସିଙ୍କୁ ତୁରନ୍ତ ବେଆଇନ ସଂଗଠନ ଘୋଷିତ କରାଯାଇଛି। ଏହା ସହ ଆଗାମୀ ୫ ବର୍ଷ ପାଇଁ ଏହା ଉପରେ ବ୍ୟାନ ଲଗାଇ ଦିଆଯାଇଛି। ମନ୍ତ୍ରଣାଳୟର ଅଭିଯୋଗ ଯେ, ଏଏସିର ସଦସ୍ୟ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନବାଦୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆତଙ୍କୀ ଗତିବିଧି ଓ ଦେଶ ବିରୋଧି ପ୍ରଚାରରେ ସାମିଲ ହେଉଛନ୍ତି। ଏହି ଆକ୍ସନକୁ ନେଇ ମନ୍ତ୍ରଣାଳୟ କହିଛି, ଉମର ଫାରୁକ୍ଙ୍କ ଅଧ୍ୟକ୍ଷତା କରୁଥିବା ଆବାମୀ ଆକ୍ସନ କମିଟି ବେଆଇ ଗତିବିଧିରେ ଲିପ୍ତ ରହିଛି। ଏହା ଦେଶର ଅଖଣ୍ଡତା, ସାର୍ବଭୌମତ୍ବ ଓ ସୁରକ୍ଷା ପାଇଁ ହାନିକାରକ। ଏଏସିର ସଦସ୍ୟ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନବାଦୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆତଙ୍କବାଦୀ ଗତିବିଧି ଓ ଦେଶ ବିରୋଧି ଗତିବିଧିର ସମର୍ଥନ କରିବାରେ ସାମିଲ ହୋଇଛନ୍ତି। ଏସ୍ସି ନେତା ଓ ସଦସ୍ୟ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନବାଦୀ ଓ ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରିବା ସହ ବେଆଇନ ଗତିବିଧିକୁ ସଫଳ କରିବା ପାଇଁ ଧନ ଏକାଠି କରିବାରେ ଲାଗିଛନ୍ତି।
ଏଏସି ଓ ତାଙ୍କ ସଦସ୍ୟ ନିଜ ଗତିବିଧିରେ ଦେଶର ସମ୍ବିଧାନିକ ବ୍ୟବସ୍ଥାର ବିରୋଧ କରିଥାନ୍ତି। ଏଏସି ରାଷ୍ଟ୍ର ବିରୋଧି ଓ ବିଧ୍ବଂସକ ଗତିବିଧିରେ ସାମିଲ ହୋଇ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରନ୍ତି। ଏହା ସହ ଆଇନ ଓ ବ୍ୟବସ୍ଥାକୁ ନେଇ ଅସ୍ଥିର କରିବା ଓ ଜମ୍ମୁ ଓ କଶ୍ମୀରକୁ ଭାରତଠାରୁ ଅଲଗା କରିବା ପାଇଁ ଲୋକଙ୍କୁ ହତିଆର ଉଠାଇବାକୁ ଉକସାଇଥାଏ। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଏଏସି ଏଭଳି ଗତିବିଧିରେ ଲିପ୍ତ ରହିଛି, ଯାହାକି ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ କ୍ଷତିକାରକ। ଜେକେଆଇଏ୍କୁ ନେଇ ଗୃହମନ୍ତ୍ରଣାଳୟ କହିଛି, ଏହାର ନେତା ଓ ସଦସ୍ୟ ବେଆଇନ ଗତିବିଧିରେ ଲିପ୍ତ ଅଛନ୍ତି। ସେମାନେ ଧକ ଏକାଠି କରିବାରେ ଲାଗିଛନ୍ତି। ଏହାଦ୍ବାରା ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନବାଦୀ, ବିଭାଜନକାରୀ ଓ ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରିବାରେ ସାମିଲ ଅଛନ୍ତି।’
ପାକିସ୍ତାନରେ ଆତଙ୍କବାଦୀଙ୍କ ଟ୍ରେନ୍ ଅପହରଣ: ୧୦୦ ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଦାବୀ,୬ ସୈନିକଙ୍କ ମୃତ୍ୟୁ