ଭୁବନେଶ୍ଵର, ୧୨/୦୩ : ଅଗ୍ନିବୀର ଭର୍ତ୍ତି ପାଇଁ ଆବେଦନ ଆରମ୍ଭ। ମଙ୍ଗଳବାର ରାତିରୁ ଆବେଦନ ଆରମ୍ଭ ହୋଇଛି। ଆବେଦକମାନେ ମାର୍ଚ୍ଚ ୧୨ ରୁ ଏପ୍ରିଲ ୧୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ପରୀକ୍ଷାର୍ଥୀଙ୍କ ଜନ୍ମ ତାରିଖ ୨୦୦୪ ଅକ୍ଟୋବର ୧ରୁ ୨୦୦୮ ଏପ୍ରିଲ ୧ ମଧ୍ୟରେ ହୋଇଥିବା ଆବଶ୍ୟକ। ଅଗ୍ନିବୀର ଜେନେରାଲ୍ ଡ୍ୟୁଟି, ଟେକ୍ନିକାଲ୍, କ୍ଲର୍କ, ଷ୍ଟୋର କିପର, ଟେକ୍ନିକାଲ୍, ଟ୍ରେଡସ୍ମ୍ୟାନ୍, ସୈନିକ ଫାର୍ମା, ନର୍ସିଂ ସହାୟକ, ଓମଏନ ପୋଲିସ ପଦବୀ, ହାବିଲଦାର ଏଜୁକେସନ, ହାବିଲଦାର ସର୍ଭେୟର, ଅଟୋମେଟେଡ କାର୍ଟୋଗ୍ରାଫର, ଜେସିଓ କ୍ୟାଟରିଂ, ଜେସିଓ ରିଲିଜିୟସ୍ ଟିଚର ପଦବୀ ପାଇଁ ରିକ୍ରୁଟମେଣ୍ଟ ହେବ। ତେବେ ଏଥର ଦୁଇଟି ପଦବୀ ପାଇଁ ଗୋଟିଏ ଫର୍ମରେ ଆବେଦନ କରିପାରିବେ। ଏନେଇ ବାରାଣସୀ ସେନା ଭର୍ତ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ଶୈଳେଶ କୁମାର ସୂଚନା ଦେଇଛନ୍ତି।
ଅଗ୍ନିବୀର ଭର୍ତ୍ତି ପାଇଁ ଆବେଦନ ଫିସ୍ ୨୫୦ ଟଙ୍କା ରଖାଯାଇଛି। ଏହି ଅର୍ଥ ଅନଲାଇନ୍ରେ ଜମା କରିବାକୁ ପଡ଼ିବ। ଏଥର ୧୬୦୦ ମିଟର ରେସ୍ କାଟେଗୋରୀକୁ ୪ ଭାଗ କରାଯାଇଛି। ରେସ୍ରେ ପରୀକ୍ଷାର୍ଥୀଙ୍କୁ ଅଧା ମିନିଟ୍ ସମୟ ଅଧିକ ଦିଆଯିବ। ୬ ମିନିଟ୍ ୧୫ ସେକେଣ୍ଡରେ ଦୌଡ଼ ସମାପ୍ତ କରିଥିବା ପରୀକ୍ଷାର୍ଥୀଙ୍କୁ କ୍ଵାଇଲିଫାଇ କରାଯିବ। ପୂର୍ବରୁ ଏହି ସମୟ ସୀମା ୫ ମିନିଟ୍ ୪୫ ସେକେଣ୍ଡ ଥିଲା।
ଜୁନ୍ ମାସରେ ଅଗ୍ନିବୀର ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି। ଇଣ୍ଡିଆନ୍ ଆର୍ମି ୱେବସାଇଟ୍ରେ ଏନେଇ ସୂଚନା ମିଳିବ। କୌଣସି ପ୍ରକାର ଅସୁବିଧା ଥିଲେ ୭୫୧୮୯୦୦୧୯୫ରେ ଯୋଗାଯୋଗ କରିପାରିବେ। www.joinindianarmy.nic.in ରେ ପରୀକ୍ଷାର୍ଥୀମାନେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଅଭ୍ୟାସ କରିପାରିବେ।
ଏହି ଖବରଟିକୁ ପଢନ୍ତୁ- ବିଷ ବଳୟ ଭିତରେ ବିଶ୍ୱ: ୫ ବର୍ଷ ଆୟୁଷ କମାଇଛି ପ୍ରଦୂଷଣ