ନୂଆଦିଲ୍ଲୀ,୧୨।୩: ହରିୟଣାରେ ବିଜେପି ଦେଖାଇଲା ଚମକ। ପୌର ନିର୍ବାଚନରେ ଦମଦାର ବିଜୟ। ୧୦ଟିରୁ ୯ଟି ଆସନରେ ଜିତିବାରେ ସଫଳ ହୋଇଛି ବିଜେପି। ଏକମାତ୍ର ଆସନ ମାନେସରରୁ ଜିତିଛନ୍ତି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ। ସେପଟେ ଖାଲି ରହିଲା କଂଗ୍ରେସର ହାତ। କୌଣସି ଆସନରେ ଜିତିପାରିଲେନି ଜଣେ ବି ପ୍ରାର୍ଥୀ।
ବଡ଼ ଧରଣର ବିଜୟ ସହ ହରିୟାଣାର ୯ଟି ସହରରେ ରହିବେ ବିଜେପି ମେୟର। କୁରୁକ୍ଷେତ୍ର, କରନାଲରୁ ନେଇ ଫରିଦାବାଦ ଓ ଗୁରଗାଓଁରେ ରହିଥିଲା ବିଜେପି ସୁନାମୀ। କେବଳ ମାନେସରରୁ ଜିତିଛନ୍ତି ଜଣେ ନିର୍ଦ୍ଦଳୀୟ ମହିଳା ପ୍ରାର୍ଥୀ। । ହେଲେ କଂଗ୍ରେସ ପାଇଁ ଫଳାଫଳ ଖୁବ୍ ନିରାଶଜନକ। ବିଧାନସଭା ନିର୍ବାଚନର ପରାଜୟ ପରେ ପୌର ନିର୍ବାଚନରେ ବିଜୟୀ ହେବ ବୋଲି ଆଶା ରଖିଥିଲା କଂଗ୍ରେସ। ହେଲେ ନିଜର ଖାତା ଖୋଲି ପାରିନାହିଁ ଦଳ। କୌଣସି ଗୋଟିଏ ସିଟ୍ରେ ଜିତି ପାରିଲେନି ପ୍ରାର୍ଥୀ ।
ଫରିଦାବାଦ ମେୟର ନିର୍ବାଚନରେ ଦେଶର ପୁରୁଣା ରେକର୍ଡ ଭାଙ୍ଗିଛି। ବିଜେପିର ପ୍ରବୀଣ ବତ୍ରା ଯୋଶୀ ୩ ଲକ୍ଷ ୧୬ ହଜାର ୮୫୨ ଭୋଟରେ ଜିତି ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ବିଜେପି ପ୍ରାର୍ଥୀ ସୁନିଲ ଦୟାଲ କରିଥିଲେ। ଗାଜିଆବାଦ ଆସନରୁ ସେ ୨ ଲକ୍ଷ ୮୭ ହଜାର ଭୋଟ୍ରେ ଜିତିଛନ୍ତି। ଉଲ୍ଲେକନୀୟ ଯେ, ୨ ମାର୍ଚ୍ଚରେ ହରିୟାଣାରେ ହୋଇଥିଲା ପୌର ନିର୍ବାଚନ। ୫୧ ଲକ୍ଷ ମତାଦାତାଙ୍କ ମଧ୍ୟର ୪୬ ପ୍ରତିଶତ ଲୋକ ଦେଇଥିଲେ ଭୋଟ। ତେବେ ପାନିପତ୍ରେ ୯ ମାର୍ଚ୍ଚରେ ଅଲଗା ଭାବରେ ହୋଇଥିଲା ମତଦାନ।