ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

Nepal: ନେପାଳରେ ଟ୍ରେଣ୍ଡି କରୁଛନ୍ତି ଯୋଗି ଆଦିତ୍ୟନାଥ; ଜାଣନ୍ତୁ ଏହା ପଛର କାରଣ...

Published By : Bijay Swain | March 12, 2025 5:47 PM

Image courtesy: indiatoday

ନୂଆଦିଲ୍ଲୀ: ନେପାଳରେ ହୋଇଥିବା ଏକ ରାଜନୈତିକ ରାଲିରେ ଯୋଗି ଆଦିତ୍ୟନାଥଙ୍କ ଫଟୋ ଦେଖିଦେବା ପରେ ଏହାକୁ ନେଇ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଏହି କବର ଟ୍ରେଣ୍ଡି କରୁଛି।  ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ନେପାଳର ଏକ ରାଜନୈତିକ ରାଲିରେ ଦେଖିବାକୁ ମିଳିଛି। ଯେଉଁଠି ନେପାଳର ରାଜାଙ୍କ ସହ ଯୋଗି ଆଦିତ୍ୟନାଥଙ୍କ ବ୍ୟାନରଟି ମଝିରେ ଥିବା ପରିଲକ୍ଷିତ ହେଉଛି। 

ଖବର ମୁତାବକ, ଗତ ମାର୍ଚ୍ଚ ୧୦ ତାରିଖରେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ସ୍ୱାଗତ କରିବା ପାଇଁ କାଠମାଣ୍ଡୁରେ ଏକ ରାଜତନ୍ତ୍ର ସମର୍ଥକ ରାଲିର ଆୟୋଜନ କରାଯାଇଥିଲା। ତେବେ ଏହି ରାଲିରେ ଜ୍ଞାନେନ୍ଦ୍ର ଶାହହ୍କ ସମେତ ଆଦିତ୍ୟନାଥଙ୍କ ଏକ ବିଶାଳ ବ୍ୟନର ତିବା ମଧ୍ୟ ଦେଖାଯାଇଥିଲା। ତେବେ ଆପଣଙ୍କ ମନରେ ନିସ୍ଚୟ ପ୍ରଶ୍ନ ଆସୁଥିବ ଯେ ନେପାଳରେ ଏପରି ହେଉଛି କାହିଁକି? ତେବେ ଆପଣଙ୍କୁ ଜଣାଇରଖୁ ଯେ ଯୋଗି ଆଦିତ୍ୟନାଥ ନେପାଳର ରାଜତନ୍ତ୍ରର ଜଣେ ସ୍ପଷ୍ଟ ସମର୍ଥକ। ଏଣୁ ନେପାଳର କିଛି ଲୋକ ତାହାକୁ ଭାରତର ରାଜତନ୍ତ୍ର ପ୍ରତି ସମର୍ଥନ ରହିଥିବା ନେଇ ଅବିହିତ କରୁଛନ୍ତି। 

କୁମ୍ଭ ମେଳାରେ ଯୋଗ ଦେବା ପାଇଁ ଜ୍ଞାନେନ୍ଦ୍ର ଶାହ ଜାନୁଆରୀ ମାସରେ ଭାରତରେ ପହଞ୍ଚିଥିଲେ। ସେ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ସହ ବ୍ୟକ୍ତିଗତ ଭାବେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ତେବେ ନେପାଳରେ ରାଜତନ୍ତ୍ରକୁ ସମର୍ଥନ କରୁଥିବା ଲୋକମାନେ ନିକଟରେ ଏକ ରାଲି ବାହାର କରିଥିଲେ। ଏହି ରାଲିରେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ସମେତ ଯୋଗୀ ଆଦିତ୍ୟନାଥଙ୍କ ବିଶାଳ ବ୍ୟାନର ଧରିଥିବା ନଜରକୁ ଆସିଛି। 

ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଏକ୍ସର ବିଭିନ୍ନ ୟୁଜର୍ସ ଏହାକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ନେପାଳର ରାଲିରେ ଯୋଗି ଆଦିତ୍ୟନାଥଙ୍କ ଫଟୋ କଣ କରୁଛି ବୋଲି ବିଭିନ୍ନ ଯୁଜର୍ସ ପ୍ରଶ୍ନ ପଚାରିଛନ୍ତି। 

ସାମାଜିକ ଗଣମାଧ୍ୟମରେ ଏନେଇ ବହୁଳ ପ୍ରତିକ୍ରିୟା ଆସିବା ପରେ, ଆରପିପି ମୁଖପାତ୍ର ଜ୍ଞାନେନ୍ଦ୍ର ଶାହ ଏନେଇ ମୁହଁ ଖୋଲିଛନ୍ତି। ରାଲି ସମୟରେ ଆଦିତ୍ୟନାଥଙ୍କ ଫଟୋଗ୍ରାଫ ପ୍ରଦର୍ଶନ କରିବା ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ରାଜତନ୍ତ୍ର ସମର୍ଥକ ଆନ୍ଦୋଳନକୁ ବଦନାମ କରିବାର ଏକ 'ଇଚ୍ଛାକୃତ ପ୍ରୟାସ' ଥିଲା ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ପୂର୍ବତନ ରାଜାଙ୍କ ସମର୍ଥନରେ ତାଙ୍କ ସମର୍ଥକମାନେ କାଠମାଣ୍ଡୁ ଏବଂ ପୋଖରା ସମେତ ନେପାଳର ଅନେକ ଅଞ୍ଚଳରେ ରାଲି କରୁଛନ୍ତି। ନେପାଳରୁ ଜନାଦେଶ ସରକାରଙ୍କୁ ହଟେଇ ଫୁଣିଥରେ ରାଜତନ୍ତ୍ର ସ୍ଥାପନ କରିବା ପାଇଁ ଏହି ରାଲି ମାଧ୍ୟମରେ ଲୋକମାନଙ୍କୁ ବର୍ତ୍ତା ଦିଆଯାଉଛି। ଏହା ପୂର୍ବରୁ ୨୦୦୮ ମସିହାରେ ନେପାଳରେ ଏପରି ଏକ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଯାହାକୁ ନେପାଳ ସରକାର ବହୁ କଷ୍ଟରେ ବନ୍ଦ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.