ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଷ ବଳୟ ଭିତରେ ବିଶ୍ୱ: ୫ ବର୍ଷ ଆୟୁଷ କମାଇଛି ପ୍ରଦୂଷଣ,୨୦ ସବୁଠୁ ପ୍ରଦୂଷିତ ସହର ଭିତରେ ଭାରତର ୧୩ ସହର

Published By : Prameya | March 12, 2025 8:51 AM

ନୂଆଦିଲ୍ଲୀ,୧୨/୦୩: ସମଗ୍ର ବିଶ୍ୱରେ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇ ଉଭାହୋଇଛି । ଏହାର ପ୍ରଭାବ ବିଶେଷକରି ଭାରତ  ଭଳି ଦେଶରେ ଦେଖିବାକୁ ମିଳୁଛି । ସ୍ଥିତି ଏପରି ହୋଇଛି ଯେ, ପ୍ରଦୂଷଣ ଯୋଗୁ ଲୋକଙ୍କ ଆୟୁଷ କମିବାରେ ଲାଗିଛି । ଭାରତରେ ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ୫ ବର୍ଷ  ୨ ମାସ କମିଛି । 

୨୦୨୪ରେ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ ଦୁନିଆର ସବୁଠୁ ପ୍ରଦୂଷିତ ୨୦ ସହର  ମଧ୍ୟରେ ୧୩ ସହର ଭାରତର ।  ସେଥିରୁ ଆସାମ-ମେଘାଳୟ ସୀମାରେ ଥିବା ବର୍ନିହାଟ ସହର  ଶୀର୍ଷରେ ରହିଛି । ରାଜଧାନୀ ବର୍ଗରେ ଦିଲ୍ଲୀ ଲଗାତର ୬ଷ୍ଠ ଥର  ଲାଗି ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ସ୍ୱିସ୍‌ ଏୟାର କ୍ୱାଲିଟି  ଟେକ୍ନୋଲୋଜି କମ୍ପାନୀ ଆଇକ୍ୟୁ ଏୟାର ୨୦୨୪ ରିପୋର୍ଟରୁ ଏହି  ତଥ୍ୟ ଜଣାପଡ଼ିଛି। ରିପୋର୍ଟରେ  ଭାରତକୁ ଦୁନିଆର ସବୁଠୁ ପ୍ରଦୂଷିତ  ଦେଶଗୁଡ଼ିକ ମଧ୍ୟରେ ଭାରତ ୫ମ  ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ  ଚାଦ୍‌ ଥିବା ବେଳେ ପରବର୍ତ୍ତୀ ସ୍ଥାନ  ଗୁଡ଼ିକରେ ଅଛନ୍ତି କଙ୍ଗୋ, ବାଂଲାଦେଶ  ଏବଂ ପାକିସ୍ତାନ । ୨୦୨୩ ରିପୋର୍ଟରେ  ଭାରତର ସ୍ଥାନ ୩ୟ ଥିଲା । ଅର୍ଥାତ  ଦେଶରେ ପ୍ରଦୂଷଣ ସ୍ତରରେ କିଛି  ମାତ୍ରାରେ ସୁଧାର ଆସିଛି । 

୨୦୨୪ରେ  ଭାରତରେ ପିଏମ୍‌ ୨.୫(ବାୟୁରେ  ଧୂଳିର ଛୋଟ ଛୋଟ କଣିକା ବା  ସୂକ୍ଷ୍ମ ପ୍ରଦୂଷଣ କଣିକା) ସ୍ତରରେ  ୭% ହ୍ରାସ ଦେଖାଯାଇଛି । ୨୦୨୪ରେ  ପିଏମ୍‌ ୨.୫ ସ୍ତର ହାରାହାରି ୫୦.୬  ମାଇକ୍ରୋଗ୍ରାମ୍‌ ପ୍ରତି କ୍ୟୁବିକ୍‌ ମିଟର  ରହିଥିଲା । ୨୦୨୩ରେ ଏହା ୫୪.୪  ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍‌ ମିଟର  ଥିଲା । ଏହା ସତ୍ତେ୍ୱ ଦୁନିଆର ସର୍ବାଧିକ  ପ୍ରଦୂଷିତ ୧୦ ସହର ଭିତରେ ଭାରତର  ୬ଟି ରହିଛି । ଦିଲ୍ଲୀରେ ଲଗାତର  ପ୍ରଦୂଷଣ ସ୍ତର ଉଚ୍ଚ ରହିଥିବା ରେକର୍ଡ  କରାଯାଇଛି । ଏଠାରେ ପିଏମ୍‌ ୨.୫  ପ୍ରତିବର୍ଷ କ୍ୟୁବିକ ମିଟର ପିଛା ହାରାହାରି ୯୧.୬ ରହିଛି । ଭାରତର  ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ  (ଡବ୍ଲ୍ୟୁଏଚ୍‌ଓ)ର ବାର୍ଷିକ ପିଏମ୍‌ ୨.୫ ଗାଇଡଲାଇନରେ ଥିବା ସୁରକ୍ଷିତ ସ୍ତର ୫ ମାଇକ୍ରୋଗ୍ରାମ୍‌ ପ୍ରତି  କ୍ୟୁବିକ ମିଟରଠାରୁ ୧୦ ଗୁଣ ଅଧିକ ରହିଛି । 

ବର୍ନିହାଟ ପରେ ଭାରତର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ  ରହିଛି ଦିଲ୍ଲୀ, ମୁଲ୍ଲାଙ୍ଗପୁର (ପଞ୍ଜାବ), ଫରିଦାବାଦ (ହରିୟାଣା), ଲୋନି (ୟୁପି), ନୂଆଦିଲ୍ଲୀ, ଗୁରୁଗ୍ରାମ (ହରିଆଣା), ଶ୍ରୀଗଙ୍ଗାନଗର (ରାଜସ୍ଥାନ),  ଗ୍ରେଟର ନୋଏଡା (ୟୁପି), ଭିୱାଡି (ରାଜସ୍ଥାନ), ମୁଜାଫରନଗର (ୟୁପି),  ହନୁମାନଗଡ଼ (ରାଜସ୍ଥାନ) ଏବଂ ନୋଏଡା (ୟୁପି) । ସର୍ବାଧିକ ପ୍ରଦୂଷିତ  ସହରଗୁଡ଼ିକ ମଧ୍ୟରେ ପାକିସ୍ତାନର ଲାହୋର, ମୁଲତାନ, ପେଶାୱର, ସିଆଲକୋଟ, ଚୀନ୍‌ର ହୋଟନ୍‌ ରହିଛି । ରିପୋର୍ଟରେ ୧୩୮ ଦେଶର ୮  ହଜାରରୁ ଅଧିକ ସ୍ଥାନରେ ୪୦ ହଜାରରୁ ଅଧିକ ବାୟୁ ଗୁଣବତ୍ତା ନିରୀକ୍ଷଣ  ଷ୍ଟେଶନରୁ ଡାଟା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୧୨୬ ଦେଶରେ  ଡବ୍ଲ୍ୟୁଏଚ୍‌ଓର ବାର୍ଷିକ୍‌ ପିଏମ୍‌ ୨.୫ ଗାଇଡଲାଇନ ଭାଲ୍ୟୁ ୫ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍‌ ମିଟରରୁ ଅଧିକ ରହିଛି । 

ସୂଚନାଯୋଗ୍ୟ, ପିଏମ୍‌ ୨.୫ ହେଉଛି ବାୟୁରେ ୨.୫ ମାଇକ୍ରାନ୍‌ଠାରୁ  ବି ସୂକ୍ଷ୍ମ ପ୍ରଦୂଷଣ କଣିକା । ଏହା ମଣିଷ ଶରୀରର ଫୁସ୍‌ଫୁସ ଏବଂ ରକ୍ତରେ  ପ୍ରବେଶ କରିଥାଏ । ଏଥିଯୋଗୁ ନିଃଶ୍ୱାସପ୍ରଶ୍ୱାସରେ ଅସୁବିଧା ସହ ଗୁରୁତର  ସ୍ଥିତିରେ କ୍ୟାନ୍‌ସର ଭଳି ରୋଗର କାରଣ ପାଲଟିଥାଏ । ଯାନବାହନ, ଶିଳ୍ପ  କଳକାରଖାନା ତଥା ନଡ଼ାକୁଟା ଆଦି ଜଳାଯିବା ଯୋଗୁ ବାହାରୁଥିବା ଧୂଆଁରେ  ଏହି ସୂକ୍ଷ୍ମ ପ୍ରଦୂଷଣ କଣିକା ରହିଥାଏ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.