ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Manipur: ମଣିପୁରରେ ଅଘଟଣ, ସେନା ଗାଡି ପଲଟିଯିବାରୁ ୩ ଯବାନ ସହୀଦ

Published By : Bijay Swain | March 11, 2025 11:42 PM

Image courtesy: indiatoday

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ସୀମା ସୁରକ୍ଷା ବଳ(ବିଏସଏଫ)ର ତିନି ଜଣ ଯହାନ ସହୀଦ ହୋଇଥିବା ଜଣାପଡିଛି। ମଙ୍ଗଳବାର ହୋଇଥିବା ଏହି ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯବାନମାନଙ୍କୁ ନେଇ ଯାଉଥିବା ସେନା ଗାଡିଟି ରାସ୍ତାରେ ଯାଉଥିବା ସମୟରେ ହାଠାତ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଣିପୁରର ସେନାପତି ଜିଲ୍ଲାରେ ଘଟିଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କ ଶହୀଦ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି। 

ଦୁର୍ଘଟଣାପରେ ଘଟଣାସ୍ଥଳରେ ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଗାଡିରେ ଥିବା ଅନ୍ୟ ୧୪ ଜଣଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଡାକ୍ତରଖାନାରେ ଜଣେ ଗୁରୁତର ହୋଇପଡିଥିବା ଯବାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସମସ୍ତ ମୃତ ଯବାନ ମାନଙ୍କ ମୃତଦେହକୁ ସେନାପତି ଜିଲ୍ଲା ଡାକ୍ତରଖାନାରେ ସଂରକ୍ଷିତ କରି ରକାଯାଇଛି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ ଖବର ପ୍ରକାଶ କରିଛି। 

ଏହି ଦୁର୍ଘଟଣା ଘଟିବା ପରେ ମଣିପୁର ସରକାର ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ମଣିପୁର ରାଜ୍ୟପାଳ ଶ୍ରୀ ଅଜୟ କୁମାର ଭଲ୍ଲା ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ଯେ “ମୁଁ ସେନାପତି ଜିଲ୍ଲାର ଚାଙ୍ଗୌବୁଙ୍ଗ ଗାଁରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ତିନି ଜଣ ବିଏସଏଫ କର୍ମଚାରୀ ସହିଦ ହୋଇଛନ୍ତି।”
ରାଜ୍ୟପାଳ ଭଲ୍ଲା ମଧ୍ୟ "ଆହତମାନଙ୍କ ଶୀଘ୍ର ଆରୋଗ୍ୟ" କାମନା କରିଛନ୍ତି ଏବଂ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.