ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସାଇବର ଅପରାଧିଙ୍କୁ ଖୋଜି ବାହାର କରୁଛି ‘ପ୍ରତିବିମ୍ୱ ମଡ୍ୟୁଲ୍‌’ ; ଏବେସୁଦ୍ଧା ୬୦୦୦ରୁ ଅଧିକ ଗିରଫ

Published By : Prameya | March 11, 2025 10:25 PM

ନୂଆଦିଲ୍ଲୀ : ସାଇବର ଅପରାଧିଙ୍କ ପାଇଁ କାଳ ସାଜିଛି ‘ପ୍ରତିବିମ୍ୱ ମଡ୍ୟୁଲ୍‌’ । ସେମାନଙ୍କୁ ଖୋଜି ବାହାର କରୁଛି ଏହି ମଡ୍ୟୁଲ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ପକ୍ଷରୁ ‘ପ୍ରତିବିମ୍ୱ ମଡ୍ୟୁଲ୍‌’ କାର୍ଯ୍ୟକାରୀ ହେଉଛି। ଏହା ମାଧ୍ୟମରେ ଏବେସୁଦ୍ଧା ୬,୦୪୬ ଅପରାଧି ଗିରଫ ହୋଇଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ଏହି ସୂଚନା ଦେଇଛନ୍ତି। 

କହି ରଖୁଛୁ କି , ଏହି ମଡ୍ୟୁଲ ଅପରାଧୀଙ୍କ ଠିକଣାର ତଲାସ କରିଥାଏ। ଗୃହ ରାଜ୍ୟ ମନ୍ତ୍ରୀ ବି.ସଞ୍ଜୟ କୁମାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି କି ସାଇବର ଅପରାଧ ଡାଟା ସେୟାର ଓ ବିଶ୍ଳେଷଣ ପାଇଁ ଆଇନ ପ୍ରବର୍ତ୍ତନ ଏଜେନ୍ସି (ଲ’ ଏନଫୋର୍ସମେଣ୍ଟ ଏଜେନ୍ସି) ଅନୁସାରେ ,ସମନ୍ୱୟ ନାମକ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ଏହି ଅପରାଧ ଓ ବିଭିନ୍ନ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକରେ ସାଇବର ଅପରାଧର ଅଭିଯୋଗରେ ସାମିଲ ଅପରାଧିଙ୍କ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସଂପର୍କର ଆଧାରରେ ବିଶ୍ଳେଷଣ କରିଥାଏ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରତିବିମ୍ୱ ଅପରାଧିଙ୍କ ଠିକଣାକୁ ମ୍ୟାପ୍‌ରେ ଦର୍ଶାଇ ଥାଏ, ଯାହାକି ତାକୁ କ୍ଷେତ୍ରାଧିକାର ଅଧିକାରୀଙ୍କୁ ତାଙ୍କ ଠିକଣାର ସୂଚନା ମିଳି ପାରିବ। ସେ କହିଛନ୍ତି କି , ଏହି ମଡ୍ୟୁଲର ସାହାଯ୍ୟରେ ୬,୦୪୬ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇଛି ଏବଂ ୩୬,୨୯୬ ସାଇବର ଯାଞ୍ଚ ସହାୟତା ଅନୁରୋଧ ପ୍ରାପ୍ତ ହୋଇଛି। ମନ୍ତ୍ରୀ କହିଛନ୍ତି , ମନ୍ତ୍ରଣାଳୟ ଆଇ୪ସି (I4C) ର ସ୍ଥାପନା ଦେଶରେ ସବୁ ପ୍ରକାରର ସାଇବର ଅପରାଧରେ ସମନ୍ୱୟ ଉପାୟରେ ବର୍ତ୍ତିବା ପାଇଁ କରିଛି।

ସଞ୍ଜୟ କୁମାର କହିଛନ୍ତି , ରାଜ୍ୟ / ସଂଘ ରାଜ୍ୟ କ୍ଷେତ୍ର ପୁଲିସର ଯାଞ୍ଚ ଅଧିକାରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟର ସାଇବର ଫୋରେନ୍ସିକ ସହାୟତା ପ୍ରଦାନ କରିବା ପାଇଁ ନୂଆ ଦିଲ୍ଲୀରେ ଆଇ୪ସିର ପାର୍ଟ ଭାବେ ରାଷ୍ଟ୍ରୀୟ ସାଇବର ଫୋରେନ୍ସିକ ଲାବ୍‌ର ସ୍ଥାପନା କରାଯାଇଛି। ଏବେସୁଦ୍ଧା ରାଷ୍ଟ୍ରୀୟ ସାଇବର ଫୋରେନ୍ସିକ ଲାବ୍‌ ସାଇବର ଅପରାଧର ସହ ସମ୍ୱନ୍ଧିତ ପାଖାପାଖି ୧୧,୮୩୫ ମାମଲାରେ ରାଜ୍ୟ / ସଂଘ ରାଜ୍ୟ କ୍ଷେତ୍ରର ଆଇନ ପ୍ରବର୍ତ୍ତନ ଏଜେନ୍ସିଙ୍କୁ ନିଜର ସେବା ପ୍ରଦାନ କରିଛି। 

ଉଲ୍ଲେଖନୀୟ ଯେ, ସରକାର ସୋମବାର ଲୋକସଭାରେ ସାଇବର କ୍ରାଇମ୍‌କୁ ନେଇ ପ୍ରମୁଖ ସୂଚନା ଦେଇଥିଲେ। ଏଥିରେ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ଡିସେମ୍ୱର ୨୦୨୪ ସୁଦ୍ଧା କାର୍ଡ , ଅନଲାଇନ୍‌ ମାଧ୍ୟମରେ ଓ ଡିଜିଟାଲ ପେମେଣ୍ଟ ଠକେଇ କାରଣରୁ ଲୋକଙ୍କୁ ମୋଟ ୧୦୭ କୋଟି ଟଙ୍କାର କ୍ଷତି ହୋଇଛି। ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି କି, ପୂରା ଆର୍ଥିକ ବର୍ଷ ୨୦୨୩-୨୪ (ଅପ୍ରେଲ-ମାର୍ଚ୍ଚ)ରେ ଏହିପରି ସ୍କାମ୍‌ରେ ୧୭୭ କୋଟି ଟଙ୍କାର କ୍ଷତି ହୋଇଛି। 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.