ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି, ଉଜ୍ଜ୍ୱଳ ଦେବରାଓ ନିକମ-ମିନାକ୍ଷୀ ଜୈନଙ୍କ ନାମ ସାମିଲ

Published By : Ankita S | July 13, 2025 9:29 AM

ନୂଆଦିଲ୍ଲୀ,୧୩/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କରିଛନ୍ତି । ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ୍ ସି. ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ପ୍ରଖ୍ୟାତ ଐତିହାସିକ ଏବଂ ଶିକ୍ଷାବିତ୍ ମିନାକ୍ଷୀ ଜୈନ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ମନୋନୀତ ସଦସ୍ୟଙ୍କ ଅବସର ଯୋଗୁଁ ଖାଲି ପଡ଼ିଥିବା ଆସନକୁ ଦୃଷ୍ଟିରେ ରଖି ଏହି ନାମାଙ୍କନ କରାଯାଇଛି । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମନୋନୀତ ୪ ଜଣଙ୍କ ବିଷୟରେ- ସଦର ଅପର ହାଉସ୍‌କୁ ମନୋନୀତ ହୋଇଥିବା ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ୨୬/୧୧ ଘଟଣାରେ କସାବ ମାମଲାରେ ପୂର୍ବତନ ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ ପ୍ରମୁଖ ସ୍ଥାନ ପାଇଛନ୍ତି । ଏହା ସହିତ ପ୍ରଖ୍ୟାତ ଇତିହାସବିତ୍‌ ମିନାକ୍ଷୀ ଜୈନ ଏବଂ ସମାଜସେବୀ ସଦାନନ୍ଦନ ମାଷ୍ଟରଙ୍କୁ ମଧ୍ୟ ରାଜ୍ୟସଭାକୁ ମନୋନୀତ କରାଯାଇଛି । ୧୯୮୪ ବ୍ୟାଚର ଭାରତୀୟ ବୈଦେଶିକ ଅଧିକାରୀ ଶ୍ରୀଙ୍ଗଲା ପୂର୍ବରୁ ବାଂଲାଦେଶର ହାଇକମିଶନରରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ । ସେ ଜାନୁଆରୀ ୨୦୨୦ ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ବୈଦେଶିକ ସଚିବ ଥିଲେ ।

ସେହିପରି,ଉଜ୍ଜ୍ୱଳ ଦେବରାଓ ନିକମ ଜଣେ ଅପରାଧିକ ଓକିଲ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅଜମଲ କସାବର ବିଚାର ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ଭାବରେ ତାଙ୍କର ଭୂମିକା ରହିଥିଲା । ନିକମ ୧୯୯୩ ବମ୍ବେ ବିସ୍ଫୋରଣ ମାମଲା ସମେତ ଅନେକ ହାଇପ୍ରୋଫାଇଲ୍ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧିତ୍ୱ କରିଛନ୍ତି ।

କହି ରଖୁଛୁ କି, ସମ୍ବିଧାନର ଧାରା  ୮୦(୧) (ଏ) ର ଧାରା (୩) ଦ୍ୱାରା ତାଙ୍କୁ ଦିଆଯାଇଥିବା କ୍ଷମତା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁ ଏହି ୪ ଜଣଙ୍କୁ ରାଜ୍ୟସଭା ପାଇଁ ଚୟନ କରିଛନ୍ତି । ଯାହା ସାହିତ୍ୟ, ବିଜ୍ଞାନ, କଳା ଏବଂ ସମାଜସେବା ଭଳି କ୍ଷେତ୍ରରେ ବିଶେଷ  ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.