ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅମରନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ୧୦ଟି ବସ୍ ଧକ୍କା, ୧୦ ଆହତ

Published By : Anindita Ratha | July 13, 2025 1:53 PM

ନୂଆଦିଲ୍ଲୀ,୧୩/୦୭:ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦେଇ ବସ୍ ଯୋଗେ ତୀର୍ଥଯାତ୍ରୀମାନେ ଅମରନାଥ ଯାତ୍ରା କରୁଛନ୍ତି । ଆଉ ଏହାରି ମଧ୍ୟରେ ପୁଣିଥରେ କୁଲଗାମର ଖୁଦୱାନି ଅଞ୍ଚଳରେ ଅମରନାଥ ଯାତ୍ରାରେ ଯାଉଥିବା ପାଖାପାଖି ୧୦ରୁ ଅଧିକ ବସ ପରସ୍ପର ସହିତ ଧକ୍କା ହୋଇଛି। ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିବା କୁହାଯାଉଛି।

ଦୁର୍ଘଟଣା ପରେ,ଆହତ ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଗୁରୁତର ଆହତ ତୀର୍ଥଯାତ୍ରୀମାନଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜକୁ ପଠାଯାଇଛି। ସେହିପରି ଅନେକ ବସ୍‌ର ଆଗ କାଚ ଭାଙ୍ଗି ଯାଇଛି। ସେପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ କୁଲଗାମ୍ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ଦୁଇ ଦିନ ପରେ, ଜୁଲାଇ ୫ରେ, ୩ଟି ବସ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩୬ଜଣ ଯାତ୍ରୀ ଆହତ ହୋଇଥିଲେ। ସେହି ସମୟରେ,ଗୋଟିଏ ବସ୍ ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଧକ୍କା ହୋଇଥିଲା। ତେବେ ଅମରନାଥ ଯାତ୍ରା ଆରମ୍ଭ ହେବାର ପ୍ରାୟ ୧୦ ଦିନ ବିତିଗଲାଣି। ଦଶମ ଦିନରେ ପ୍ରାୟ ୧୯,୦୨୦ ଭକ୍ତ ଦର୍ଶନ କରିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.