ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତକୁ ବ୍ରାଜିଲର ଝଟକା: କିଣିବନି ଆକାଶ ଏୟାର ଡିଫେନ୍ସ ସିଷ୍ଟମ, ଜାଣନ୍ତୁ କ’ଣ ନେଲା ନିଷ୍ପତ୍ତି ?

Published By : Harapriya Biswal | July 13, 2025 6:26 PM

ନୂଆଦିଲ୍ଲୀ,୧୩।୭: ଭାରତର ସ୍ବଦେଶୀ ପ୍ରତିରକ୍ଷା କ୍ଷେତ୍ରକୁ ବଡ଼ ଝଟକା। ଭାରତଠାରୁ ‘ଆକାଶ ମିସାଇଲ ସିଷ୍ଟମ ସିଷ୍ଟମ କିଣିବନି ବ୍ରାଜିଲ। ନିଜ ପଦକ୍ଷେପରୁ ପଛକୁ ହଟିବାର କାରଣ ହେଉଛି ‘ଆକାଶ’ ମିସାଇଲ କିଛି ଅପରେସନନାଲ ପାରାମିଟର୍ସରେ ପ୍ରଦର୍ଶନ କରିବାରେ ଦୁର୍ବଳ ବୋଲି ବ୍ରାଜିଲ ରହିଛି। ଏବେ ବ୍ରାଜିଲର ୟୁରୋପର ପ୍ରତିରକ୍ଷା କ୍ଷେତ୍ରର ଜଣାଶୁଣା କମ୍ପାନୀ ଏମ୍‌ବିଡିଏ ଆଡକୁ ମୁହାଁଇଛି।   ଯାହାକି ଏନହାନସ୍‌ଡ ମଡ୍ୟୁଲାର ଏୟାର ଡିଫେନ୍ସ ସଲ୍ୟୁସନ୍ (EMADS)  ପ୍ରଦାନ କରିଥାଏ। ଏହି ପ୍ରଳାଳୀ ନାଟୋ ଦେଶରେ ପୂର୍ବରୁ ବ୍ୟବହାର କରାଯାଉଥିଲା ଓ ବିଶ୍ବାସନୀୟ ବୋଲି ମନେ କରାଯାଉଥିଲା। ବ୍ରାଜିଲିଆନ ମିଡିଆ ‘ଦ ରିଓ ଟାଇମ୍ସ’ ପକ୍ଷରୁ ରିପୋର୍ଟରେ କୁହାଯାଇଛି ଯେ,ବ୍ରାଜିଲ ସେନା ଓ ଏମ୍‌ବିଡିଏ ଭିତରେ ଆଲୋଚନା ପ୍ରାୟ ୧ ଆରବ ଆମେରିକୀୟ ଡଲାର (ପ୍ରାୟ ୪.୭ ଅରବ ରିଙ୍ଗଗିଟ୍) ଡିଲ ଆଖପାଖରେ ବୁଲୁଛି। ଏହା ଲାଟିନ୍ ଆମେରିକାରେ ନିକଟ କିଛି ବର୍ଷରେ ସବୁଠାରୁ ବଡ଼ ଏୟାର ଡିଫେନ୍ସ ଡିଲ୍ ମନେ କରାଯାଉଥିଲା।

ବ୍ରାଜିଲ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରାଜିଲ 'ଆକାଶ'କୁ  ହାଇସ୍ପିଡ ଏବଂ ଲୋ ଏଲ୍ଟିଟ୍ୟୁଡ୍ ଟାର୍ଗେଟ ପାଇଁ କମ୍ ଉପଯୁକ୍ତ ବୋଲି ବିବେଚନା କରିଥିଲା। ଆଜିର ଯୁଦ୍ଧରେ ଯେତେବେଳେ ହାଇବ୍ରିଡ୍ ଓ୍ବାରଫେୟାର, ଡ୍ରୋନ୍ ଆକ୍ରମଣ ଏବଂ ସ୍ମାର୍ଟ ବୋମା ବର୍ଦ୍ଧିତ ଭାବରେ ବ୍ୟବହାର ହେଉଛି, ବ୍ରାଜିଲ ଅନୁଭବ କରୁଛି ଯେ ଆକାଶ ଏହି ବିପଦଗୁଡ଼ିକର ମୁକାବିଲା କରିବା ପାଇଁ ଯଥେଷ୍ଟ ନୁହେଁ।

ବ୍ରାଜିଲର ଏହି ନିଷ୍ପତ୍ତି ଭାରତର 'ଆତ୍ମନିର୍ଭର ଭାରତ' ଅଭିଯାନ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ। ଭାରତ 'ଆକାଶ'କୁ ଏହାର ସବୁଠାରୁ ସଫଳ ଘରୋଇ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରିଛି । ଏହାକୁ ଅନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହିତ କରୁଛି, କିନ୍ତୁ ବ୍ରାଜିଲର ଅସନ୍ତୋଷ ଦର୍ଶାଉଛି ଯେ ବିଦେଶୀ ସେନା ନାଟୋ-ମାନକ ପ୍ରଯୁକ୍ତିବିଦ୍ୟାକୁ ଅଧିକ ନିର୍ଭରଯୋଗ୍ୟ ବୋଲି ବିବେଚନା କରେ। ସେଭଳି ଭାରତର ସିଷ୍ଟମକୁ ସେହି ସ୍ତରକୁ ପହଞ୍ଚିବା ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.