ନୂଆଦିଲ୍ଲୀ: ଇତିହାସ ରଚିଲେ କୁଶ ମଇନି। ଗତ ମଙ୍ଗଳବାର ସେ ପ୍ରଥମ ଭାରତୀୟ ଭାବେ ଫର୍ମୁଲା ୱାନ କାର ଚାଳକ ହେବାର ସୈଭାଗ୍ୟ ଲାଭ କରିଚନ୍ତି। ସେ ଆସନ୍ତା ସେସନ ପାଇଁ ଆଲପାଇନ ଏଫ୍1 ଦଳରେ ଜଣେ ରିଜର୍ଭ କାରଚାଳକ ଭାବେ ଯୋଗଦାନ କରିଛନ୍ତି। ନାରେନ କର୍ତ୍ତିକେୟନ ଓ କରୁନ ଚନ୍ଦୁକଙ୍କ ପରେ ମଇନି ତୃତୀୟ ଭାରତୀୟ ଭାବେ ଏଫ୍1 ଦଳର ସଦସ୍ୟ ଭାବେ ଯୋଗଦାନ କରିଛନ୍ତି। ତେବେ ବର୍ତ୍ତମାନ ମଇନି ଡାମସ ଲୁକାସ ଅଏଲର ଫର୍ମୁଲା 2 ଚାମ୍ପିୟନସିପ ପାଇଁ ରେସ୍ କରୁଥିବା ଜଣାପଡିଛି।
ସୂଚନା ମୁତାବକ, ଏଫ୍1 ଗ୍ରିଡରେ ଶେଷଥର ପାଇଁ ଭାରତରୁ ଚନ୍ଦୁକ ଅଂଶଗ୍ରହଣ କରିଥିଲେ। ସେତେବେଳେ ସେ ଏଚ୍ଆରଟି ଓ ଲୋଟସ ଭଳି ଟିମରେ କାମ କରିଥିଲେ। ସେ ଶେଷଥର ପାଇଁ ୨୦୧୧ର ଏଫ୍1 ସେସନରେ ଯୋଗଦାନ କରିଥିଲେ। ତେବେ ମଇନି ଆଲପାଇନି ଏଫ୍1 ଟିମର ଶେଷ ସେସନରେ ଯୋଗ ଦେଇଥିଲେ। ଯେଉଁଠି ସେ ରେସ୍ ଟ୍ରାକରେ ୪ ଟି ରେସ୍ କରି ଷ୍ଟେକହୋର୍ଡରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯଦି ସେ ଚଳିତ ସେସନରେ ମଧ୍ୟ ନିଜ ପ୍ରଦର୍ଶନ ସେହିଭଳି ଜାରି ରଖନ୍ତି ତେବେ ସେ ୨୦୨୬ରେ ହେବାକୁ ଥିବା ଏଫ୍1 ରେସ୍ ର ଗ୍ରୀଡରେ ନିଜ ସ୍ଥାନ ବଜାୟ ରଖିପାରିବେ ବୋଲି ଆଶା ରହିଛି।
ଗତବର୍ଷ ହଙ୍ଗେରିରେ ହୋଇଥିବା ଶେଷ ଏଫ୍2 ପାଇଭ ପୋଡିୟମ ଫିନିସ ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହା ତାଙ୍କୁ ଦେଶ ବିଦେଶରେ ଅନେକ ପ୍ରସିଦ୍ଧି ଆଣି ଦେଇଥିଲା। ୨୦୨୪ ସେସନରେ ଜିତିଥିବା ଦଳ ଇନିଭିକ୍ଟା ରେସିଂ ଟିମର ସଦସ୍ୟ ଭାବେ ସେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରିଥିଲେ। ଯାହା ବିଭିନ୍ନ ଏଫ୍1 ଷ୍ଟେକହୋଲ୍ଡରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା।
ତେବେ ଏଫ୍1 ଦଳର ସଦସ୍ୟ ହେବା ପରେ ମଇନି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଆଲପାଇନର ଜଣେ ରିଜର୍ଭ ଚାଳକ ଭାବେ ଯୋଗଦେବା ମତେ ଏକ ଆଜୀବନ ସୁଯୋଗ ପ୍ରଦାନ କଲା ବୋଲି ସେ କହିଛନ୍ତି। ଏହା ସହ ମଇନିହ୍କ ମେଣ୍ଟର ମିକା ହକିନେନ ମଦ୍ୟ ଏହାକୁ ନେଇ ଅତ୍ୟନ୍ତ ଖୁସିଥିବା କହିଛନ୍ତି। ଭାରତର ମୋଟୋସ୍ପୋର୍ଟ ଜଗତ ପାଇଁ ଏହା ଏକ ଖୁସି ଖବର ବୋଲି ସେ କହିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ଚଲିତ ସେସନରେ ଆଲପାଇନ ଦଳ ପିୟେରେ ଗ୍ୟାସଲି ଓ ଜ୍ୟାକ୍ ଦୁହାଁଙ୍କୁ ନିଜ ଦଳର ମୁଖ୍ୟ କାର ଚାଳକ ଭାବେ ନିଯୁକ୍ତ କରିଛି।