ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜୟ ଶାହଙ୍କ ସେକ୍ରେଟାରୀ ଭାବେ ପରିଚୟ ଦେଲା , ମିଟିଂ ବି କଲା : ଚତୁର ଠକ ଏମିତି ହେଲା ଗିରଫ

Published By : Prameya | March 11, 2025 9:29 PM

ନୂଆଦିଲ୍ଲୀ – ଡିଜିଟାଲିକରଣର ଏହି ଦୁନିଆରେ ସ୍କାମ୍‌, ଫ୍ରଡ୍‌ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ନେଇ ସାରିଛି। ଏଆଇ ଆସିବା ପର ଠାରୁ ଏହି ଠକମାନେ ଆହୁରି ଆକ୍ଟିଭ୍‌ ହୋଇ ଯାଇଛନ୍ତି। ଏହା ବ୍ୟତୀତ ମଧ୍ୟ ଅନେକ ଠକ ଛଦ୍ମବେଶ ହୋଇ ଲୋକଙ୍କୁ ବୋକା ବନାନ୍ତି। ତାଜା ମାମଲା ହରିଦ୍ୱାରର। ଏଠାରେ ଜଣେ ବ୍ୟକ୍ତି ନିଜକୁ ଆଇସିସିର ଅଧ୍ୟକ୍ଷ ଜୟ ଶାହଙ୍କ ସଚିବ କହି ଠକେଇ କରିଛି। ହରିଦ୍ୱାର ପୁଲିସ ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରିଛି। ପୁଲିସ ତାକୁ ଏକ ହୋଟେଲରୁ ଗିରଫ କରିଛି।

ହରିଦ୍ୱାରର ବରିଷ୍ଠ ପୁଲିସ ଅଧିକାରୀ ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି ଯେ, ଅଭିଯୁକ୍ତ ଅମରିନ୍ଦର ସିଂହ (୩୫) ନିବାସୀ ନଜୁଶାହ, ଫିରୋଜପୁର , ପଞ୍ଜାବର ହରିଦ୍ୱାରର ଏଆରଟିଓ ସ୍କ୍ୱୋୟାର ପାଖରୁ ,ଏକ ହୋଟେଲରୁ ଗିରଫ କରାଯାଇଛି। ସେ କହିଛନ୍ତି- ସୋମବାର ହୋଟେଲର ରିସେପ୍ସନିଷ୍ଟ ବିଶାଳ ପୋଖରିଆଲ ଅଭିଯୋଗ ରୁଜୁ କରିଥିଲେ ଯେ, ଜଣେ ବ୍ୟକ୍ତି ନିଜକୁ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସଚିବ କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ହୋଟେଲରେ ଥିବା ସୁବିଧାର ଭୁଲ୍‌ ଫାଇଦା ଉଠାଉଛି ଏବଂ ଏମିତି ବୈଠକ କରୁଛି , ଯାହା କି ସଦିଗ୍ଧ ଲାଗୁ ଥିଲା। 

ସେ କହିଛନ୍ତି କି, ଏହି ଅଭିଯୋଗ ଆଧାରରେ ପୁଲିସ ଟିମ୍‌ ଉଡମାନ ଆର୍କିଡ୍‌ ହୋଟେଲରେ ଚଢଉ କରି ଥିଲା ଏବଂ ସଦିଗ୍ଧକୁ ପଚରାପଚରି କରିଥିଲା। ଅଭିଯୁକ୍ତର ପାଖରୁ ଏକ ଫେକ୍‌ ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି। ପୁଲିସ ଅଧିକାରୀ ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି କି ସହର କୋତବାଲିରେ ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୯ (୨) –ଛଦ୍ମନାମ , ୩୩୬(୨) –ଜାଲିଆତି , ୩୩୮-ମୂଲ୍ୟବାନ ଡକ୍ୟୁମେଣ୍ଟର ଜାଲିଆତି ଓ ୩୪୦(୨)-ଜାଲ୍‌ କାଗଜପତ୍ରର ବ୍ୟବହାର କରିବାର ଆଧାରରେ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି ଯେ, ମାମଲାର ଯାଞ୍ଚ ଆରମ୍ଭ କରିଦିଆ ଯାଇଛି ଏବଂ ପୁଲିସ ଏହା ପଛରେ ଥିବା ଅପରାଧିକ ହିଷ୍ଟ୍ରିକୁ ଜାଣିବାକୁ ଚେଷ୍ଟା କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.