କଟକ ୧୦/୦୩: କଟକ ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା। କାର ଓ ଦୁଇଟି ବାଇକ୍କୁ ଧକ୍କା ଦେଲା ଟାଟା ଏସି। ଅଳ୍ପକେ ରକ୍ଷା ପାଇଗଲେ ବାଇକ୍ ଆରୋହୀ। ଟାଟା ଏସର ବ୍ରେକ୍ ଫ୍ରେଲ ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାଇ, ଆଜି ସକାଳେ ଏକ ଟାଟା ଏସି ବଜ୍ରକବାଟିରେ ଯାଉଥିବା ବେଳେ କୌଣସି କାରଣ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଗାଡ଼ିଟି ଦ୍ରୁତଗତିରେ ମାଡ଼ି ଯାଇ ଆଗରେ ଯାଉଥିବା କାର ଏବଂ ଦୁଇଟି ବାଇକ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର କିଛି ଅଂଶ ଭାଙ୍ଗିଯାଇଥିବା ବେଳେ ବାଇକ୍ ଆରୋହୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣାରେ କିଛି ସମୟରେ ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥିଲା।