ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

‘ଛାବା’ ‘ଗଦର ୨’କୁ ପଛରେ ପକାଇଲା, ଏବେ ‘ପଠାନ’- ‘ଏନିମଲ’ର ପାଳି, ଜାଣନ୍ତୁ କେତେ କରିଛି କଲେକ୍ସନ

Published By : Prameya | March 9, 2025 5:33 PM

ମୁମ୍ବାଇ, ୯/୩ : ବିକ୍କି କୌଶଲଙ୍କ ଛାବା ନିଜ ଚତୁର୍ଥ ସପ୍ତାହର ଶେଷ ଦିନରେ ପହଞ୍ଚି ସାରିଛି । ଆଜିକୁ ଫିଲ୍ମ ସିନେମା ହଲରେ ପ୍ରାୟ ୨୪ଦିନ ହୋଇଗଲାଣି । କିନ୍ତୁ ଫିଲ୍ମର ଯାଦୁ ଏବେ ବି ହଟିନାହିଁ । ପୂର୍ବ କିଛି ଦିନରୁ ସିଙ୍ଗଲ୍ ଡିଜିଟରେ କଲେକ୍ସନ ପରେ ଫିଲ୍ମ ପୁଣି ଥରେ ତା’ର କଲେକ୍ସନ ଜାରି ରଖିଛି ଏବଂ ଡବଲ୍ ଡିଜିଟ୍ କଲେକ୍ସନ କରିବାକୁ ଲାଗିଛି ।

ଫିଲ୍ମକୁ ଏହି ଓ୍ବିକେଣ୍ଡରେ ତେଲୁଗୁରେ ବି ରିଲିଜ କରାଯାଇଛି ଏବଂ ଏଥିରେ ଫିଲ୍ମର କଲେକ୍ସନରେ ପଜିଟିଭ ପ୍ରଭାବ ପଡ଼ିଛି । ସାଉଥ ଦର୍ଶକ ବି ଫିଲ୍ମକୁ ଦେଖିବା ଲାଗି ସିନେମାହଲରେ ପହଞ୍ଚୁଛନ୍ତି । ତେବେ ଆସନ୍ତୁ ଫିଲ୍ମ କେତେ କଲେକ୍ସନ କରିଛି ଜାଣିବା । 

ଛାବାର ଅଫିସିଆଲ୍ ଡାଟା ଅନୁସାରେ ପ୍ରଥମ ଓ୍ବିକରେ ୨୨୫.୮କୋଟି, ଦ୍ବିତୀୟ ଓ୍ବିକେଣ୍ଡରେ ୧୮୬.୧୮କୋଟି ଏବଂ ତୃତୀୟରେ ୮୪.୯୪କୋଟି କଲେକ୍ସନ କରିଛି । ଚତୁର୍ଥ ଓ୍ବିକର ପ୍ରଥମ ଦିନ ତଥା ୨୨ତମ ଦିନରେ ଫିଲ୍ମର କଲେକ୍ସନ ୬.୩୦କୋଟି ରହିଛି ଏବଂ ୨୩ତମ ଦିନ ଏହି କଲେକ୍ସନରେ ବଢି ୧୩.୭୦କୋଟି ଟଙ୍କା ହୋଇଯାଇଛି ।

ଏହିଭଳି ଭାବେ ଫିଲ୍ମ ୨୩ଦିନରେ ୫୧୬.୪୦କୋଟି ଟଙ୍କା କଲେକ୍ସନ କରିଛି । ଏବେ ଯଦି ଏଥିରେ ତେଲୁଗୁରେ ହୋଇଥିବା ପୂର୍ବ ଦିନର କଲେକ୍ସନ୫.୯୪କୋଟି ଜୋଡ଼ି ଦିଆଯାଏ ତେବେ ଏହି ସଂଖ୍ୟା ୫୨୨.୩୪କୋଟି ଟଙ୍କା ହୋଇଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.