ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ମୁଡ୍‌ ଅଫ୍‌ ହେଲେ ଅନ୍ୟ ଘରକୁ ଦେଖନ୍ତି ଆଲିଆ ଭଟ୍ଟ , ଅଭିନେତ୍ରୀ କହିଲେ -

Published By : Prameya | March 6, 2025 5:41 PM

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏଡିଏଚଡି ଓ ଆଞ୍ଜାଇଟ୍‌ର ସମସ୍ୟା ରହିଛି। ସେ କହିଛନ୍ତି କି, ଜୀବନରେ ଅନେକ ଥର ତାଙ୍କୁ ମୁସ୍କିଲ ସମୟର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଯେବେ ସେ ନିଜକୁ ଏକୁଟିଆ ଅନୁଭବ କରନ୍ତି ତ ସେ ଅନ୍ୟ ଲୋକଙ୍କ ଘରକୁ ନଜର ପକାନ୍ତି। ସେ ଦେଖନ୍ତି ଯେ, ଲୋକଙ୍କ ଜୀବନରେ କଣ ସବୁ ଘଟୁଛି। ଏଥିରେ ତାଙ୍କୁ ଖୁବ୍‌ ସାହାଯ୍ୟ ମିଳିଥାଏ । ଆସନ୍ତୁ ଜାଣିବା , ଏମିତି କରିବା ପରେ ଆଲିଆ କଣ ସବୁ ଅନୁଭବ କରନ୍ତି।

ଜୟ ଶେଟ୍ଟୀଙ୍କ ପଡକାଷ୍ଟରେ ଆଲିଆ ନିଜ ମନର କଥା କହିଛନ୍ତି । ଅନେକ ଥର ଯେତେବେଳେ ମୋର ଦିନ ଭଲ ନଥାଏ , ମୁଁ ନିଜର ଛୋଟ ବାଲକୋନୀକୁ ଯାଏ। ତାହା ଫାୟାର ଏଗଜିଟ୍‌ ଭଳି ବହୁତ ଛୋଟ ଏବଂ ସେଠାକୁ ଯାଇ ଠିଆ ହୋଇ ଯାଏ। ଆଲିଆ କୁହନ୍ତି , ତାଙ୍କ ଘର ପାଖରେ ଥିବା ଘର ସବୁ ଖୁବ୍ ନିକଟରେ ଏବଂ ଏହି କାରଣରୁ ସେ ଅନ୍ୟ ଘରକୁ ଦେଖିବା ସହଜ ହୁଏ। ସେ କୁହନ୍ତି , ମୁଁ ଅନ୍ୟ ମାନଙ୍କ ଘରକୁ ଦେଖେ କି ସେମାନେ କଣ ସବୁ କରୁଛନ୍ତି। କିଏ ପୋଷାକ ନେଇ ଯାଉ ଥିବାର ଦେଖେ। ଆଉ କିଏ ଟିଭି ଦେଖୁ ଥାଏ । ମୁଁ କିନ୍ତୁ ଲୋକଙ୍କ ବେଡ୍‌ରୁମ୍‌କୁ ଦେଖେ ନାହିଁ , କିନ୍ତୁ ଏଥିରୁ ମୋତେ ଲୋକଙ୍କ ଜୀବନର ଅସ୍ତିତ୍ୱର ଅନୁଭବ ହୋଇଥାଏ। 

ଆଲିଆ କହିଛନ୍ତି ଯେ, ଅନେକ ସମୟରେ ଲୋକେ ନିଜ ବିଷୟରେ ବହୁତ ଭାବନ୍ତି ଏବଂ ପଛକୁ ହଟିବାରେ ତାଙ୍କୁ ଜିନିଷ ଗୁଡି଼କୁ ଭଲରେ ଦେଖିବାକୁ ମିଳିଥାଏ। ସେ କୁହନ୍ତି, ଆପଣ ନିଜ ଲାଇଫ୍‌ ବିଷୟରେ ବହୁତ ଭାବନ୍ତି କି ଏହା ମୋର , ଏହା ମୋର ମୋମେଣ୍ଟ ,ସବୁ ଚିନ୍ତା ଦୂର ହୋଇ ଯାଏ । ବାସ୍‌ ଗୋଟିଏ ସେକେଣ୍ଟ ପରେ ଆପଣ ଖୁସି ଅନୁଭବ କରନ୍ତି ଯେ ଜୀବନରେ ଆପଣ କେଉଁଠି ଅଛନ୍ତି।

ଆଲିଆ ଏହି ସମୟରେ ଏହା ମଧ୍ୟ କହିଛନ୍ତି କି, ଖୁବ୍‌ ଶୀଘ୍ର ସିଙ୍ଗଲ ଟ୍ରିପ୍‌ରେ ଯିବାକୁ ଚାହାନ୍ତି। ସେ କୁହନ୍ତି ସେ ଅନେକ ଦିନରୁ ପ୍ଲାନ କରୁଛନ୍ତି କି ସେ ସିଙ୍ଗଲ ଟ୍ରିପ୍‌ରେ ଯିବେ ଏବଂ ଏହି ବିଷୟରେ ରଣବୀରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଆଲିଆ କହିଛନ୍ତି ସେ ପ୍ଲାନ୍‌ କରିଛନ୍ତି କି କିଛି ଦିନ ପାଇଁ ରଣବୀର ସିଙ୍ଗଲ ଟ୍ରିପ୍‌ରେ ଯାଆନ୍ତି ଏବଂ ତାପରେ ସେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.