ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଦେଓମାଳିରେ ଦକ୍ଷିଣୀ ଫିଲ୍ମ ସୁଟିଂ ,ଚାଲିଛି ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ‘ଏସ୍‌ଏସ୍‌ଏମ୍‌ବି୨୯’ର ସିନେମା ସୁଟିଂ

Published By : Prameya | March 9, 2025 11:32 AM

କୋରାପୁଟ ୦୯/୦୩: ଦକ୍ଷିଣ ଓଡ଼ିଶାମୁହାଁ ହୋଇଛି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି । ଜଣଙ୍କ ପରେ ଜଣେ ସିନେ ନିର୍ମାତା ଫିଲ୍ମ ସୁଟିଂ ପାଇଁ ରାଜ୍ୟର ଭୂସ୍ୱର୍ଗ କୋରାପୁଟ ଜିଲ୍ଲାକୁ ବାଛୁଛନ୍ତି । ଜଣାଶୁଣା ଫିଲ୍ମ  ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ତାଙ୍କର ଆଗାମୀ ଫିଲ୍ମ ‘ଏସ୍‌ଏସ୍‌ଏମ୍‌ବି୨୯’ର ସୁଟିଂ ମାର୍ଚ୍ଚ  ୭ରୁ ଦେଓମାଳିରେ ଆରମ୍ଭ କରିଛନ୍ତି ।  ସୁଟିଂ କରିବାକୁ ଜିଲ୍ଲାର ଦେଓମାଳି  ସମେତ ତଳମାଳି, ସେମିଳିଗୁଡ଼ା,  ଲମତାପୁଟ ଓ ଜୟପୁର ଭଳି  ସ୍ଥାନକୁ ଚୟନ କରାଯାଇଛି । ଏହି  ଫିଲ୍ମରେ ପ୍ରମୁଖ ଭୂମିକାରେ ତେଲୁଗୁ  ସୁପରଷ୍ଟାର୍‌ ମହେଶ ବାବୁଙ୍କ ସହ  ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା  ଅଭିନୟ କରୁଛନ୍ତି ।   

ମିଳିଥିବା ସୂଚନା ଅନୁଯାୟୀ,  ଅନ୍ୟୁନ ୫୦୦ କୋଟି ଟଙ୍କା  ବଜେଟ୍‌ରେ ଏହି ତେଲୁଗୁ ଚଳଚ୍ଚିତ୍ର  ‘ଏସ୍‌ଏସ୍‌ଏମ୍‌ବି୨୯’ ନିର୍ମାଣ  ହେଉଛି । ଚଳଚ୍ଚିତ୍ରର କାହାଣୀ  ସେନାବାହିନୀ, ବ୍ରିଟିଶ୍‌ରାଜ,  ଆଫ୍ରିକୀୟଙ୍କ ଉପରେ ପର୍ଯ୍ୟବେସିତ ।  ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁମତି  ପରେ ନିର୍ଦ୍ଦେଶକ ରାଜାମୌଲି  ନିଜ ଟିମ୍‌ ନେଇ ସେମିଳିଗୁଡ଼ାରେ  ପହଞ୍ଚିଛନ୍ତି । ନାୟକ ମହେଶ  ବାବୁ, ନାୟିକା ପ୍ରିୟଙ୍କାଙ୍କ ସମେତ  ଅନ୍ୟତମ ତେଲୁଗୁ ସୁପରଷ୍ଟାର୍‌  ପୃଥ୍ୱୀରାଜ ସୁକୁମାରନ ମଧ୍ୟ ଏଠାରେ  ପହଞ୍ଚିଛନ୍ତି । ମାର୍ଚ୍ଚ ପହିଲାରୁ ଏଠାରେ  ସୁଟିଂ ଟିମ୍‌ ପହଞ୍ଚିଥିବାବେଳେ ୭  ତାରିଖରୁ ସୁଟିଂ ଆରମ୍ଭ ହୋଇଛି ।  ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ  ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର  ଦେଓମାଳି, ତଳମାଳି ଏବଂ  କୋଟିଆ ଅଞ୍ଚଳରେ ଫିଲ୍ମର ବିଭିନ୍ନ  ଦୃଶ୍ୟ ସୁଟିଂ ହେବ । ଏଥିଲାଗି  ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା  କଡ଼ାକଡ଼ି କରାଯାଇଛି । ନିର୍ଦ୍ଦେଶକ,  ନାୟକ, ନାୟିକା, ପ୍ରଡକ୍ସନ୍‌  ମ୍ୟାନେଜରଙ୍କଠାରୁ ଆରମ୍ଭ କରି  ଟିମ୍‌ର ଅନ୍ୟମାନେ ସେମିଳିଗୁଡ଼ାର  ଏକ ହୋଟେଲରେ ରହୁଛନ୍ତି ।  ସୁଟିଂ ପୂର୍ବରୁ ସ୍ଥାନ ଚୟନ ପାଇଁ  ରାଜାମୌଲି କୋରାପୁଟ ଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.