ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

‘ଜିଗ୍‌ରା’ର ବିଫଳତାକୁ ନେଇ ମୁହଁ ଖୋଲିଲେ ଆଲିଆ, କହିଲେ-‘ଆହୁରି ଉତ୍ସାହ ଭରିଛି’

Published By : Prameya | March 7, 2025 8:15 AM

ମୁମ୍ବାଇ ୦୭/୦୩: ବକ୍ସ ଅଫିସ୍‌ରେ ଫିଲ୍ମ ‘ଜିଗ୍‌ରା’ର ବିଫଳତାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ୨୦୨୪ରେ ମୁକ୍ତିଲାଭ କରିଥିବା ବସନ ବାଲାଙ୍କ ନିର୍ଦ୍ଦେଶିତ ଜିଗ୍‌ରାରେ ଆଲିଆଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲେ ହେଁ ତାହା ଭଲ ବ୍ୟବସାୟ କରିପାରି ନ ଥିଲା । ଫିଲ୍ମ ରିଲିଜ ହେବାର ଦୀର୍ଘ ସମୟ ପରେ ଏ ନେଇ ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ଏହି ବିଫଳତା ତାଙ୍କୁ ନୂଆ ଉତ୍ସାହ ଦେଇଛି । ତାଙ୍କ ବୃତ୍ତିଗତ ସ୍ୱପ୍ନ ପାଇଁ ନୂଆ ବାଟ ଖୋଲିଛି । 

ସେ କହିଛନ୍ତି, ‘ମୁଁ ଜଣେ ବେଶ୍‌ ଉତ୍ସାହୀ ଅଭିନେତ୍ରୀ, ପ୍ରଯୋଜକ । ମୋ କାମ ପ୍ରତି ମୁଁ ବେଶ୍‌ ଆଗ୍ରହୀ । କାମ ସହ ମୋର ଅନେକ ସ୍ୱପ୍ନ ଜଡ଼ିତ, ଯାହା କି କେବେ ଶେଷ ହୋଇଯିବ ବୋଲି ମୁଁ ଭାବେ ନାହିଁ । ଗତ ବର୍ଷ ମୋର ଏକ ଫିଲ୍ମ ରିଲିଜ ହୋଇଥିଲା । ବକ୍ସ ଅଫିସ୍‌ରେ ଏହା ଭଲ ବ୍ୟବସାୟ କରିପାରିଲା ନାହିଁ । ଏଥିଯୋଗୁ ମୋତେ କିଛି ସ୍ୱପ୍ନ ଦେଖିବାକୁ ସୁଯୋଗ ମିଳିଛି । ଏହାଦ୍ୱାରା ମୁଁ ବେଶ୍‌ ଉତ୍ସାହିତ ଅନୁଭବ କରୁଛି । ଏହା ମୋର ପ୍ରଫେସନାଲ ଡ୍ରିମ୍‌ ।’ 

ପ୍ରକାଶଥାଉ କି, ଆକ୍ସନ-ଥ୍ରିଲର ଫିଲ୍ମ ଜିଗ୍‌ରା ଭାଇ-ଭଉଣୀଙ୍କ କାହାଣୀ ଉପରେ ଆଧାରିତ । ଆଲିଆଙ୍କୁ ସଞ୍ଜୟଲୀଲା ଭଂସାଲୀଙ୍କ ‘ଲଭ୍‌ ଆଣ୍ଡ୍‌ ୱାର’ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ଭିକି କୌଶଲଙ୍କ ସହ ନଜର ଆସିବେ । ସେହିପରି ଫିଲ୍ମ ‘ଆଲ୍‌ଫା’ରେ ଆଲିଆଙ୍କ ସହ ଶରବରୀ ବାଘ ଏବଂ ବବି ଦେଓଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

 

 

 

 

 

 

 

 

 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.