ମୁମ୍ବାଇ ୦୬/୦୩: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ଓ କାର୍ତ୍ତିକ ଆର୍ଯ୍ୟନ୍ ଆଗକୁ ଅନୁରାଗ ବସୁଙ୍କର ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ । ନିକଟରେ ଫିଲ୍ମର ଟିଜର ସାମ୍ନାକୁ ଆସିଥିଲା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଇତିମଧ୍ୟରେ ଉଭୟଙ୍କର ଏହି ଅନସ୍କ୍ରିନ୍ ଯୋଡ଼ିକୁ ଏବେ ଅଫ୍ସ୍କ୍ରିନ୍ରେ ଦେଖିବାକୁ ମିଳୁଛି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଶ୍ରୀଲୀଲା କାର୍ତ୍ତିକଙ୍କ ପାରିବାରିକ ଉତ୍ସବରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି । ଭିଡିଓକୁ ନିଜେ କାର୍ତ୍ତିକ ମୋବାଇଲ୍ର କ୍ୟାମେରାରେ ରେକର୍ଡ କରିଥିବା ଜଣାପଡିଛି । ଏହାକୁ ଦେଖି ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । କାର୍ତ୍ତିକଙ୍କର ଭଉଣୀ କୃତ୍ତିକା ତିୱାରୀଙ୍କୁ ମେଡିକାଲ କ୍ୟାରିୟରେ ସଫଳତା ମିଳିବା ପରେ ତାଙ୍କ ଘରେ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା । ସେଥିରେ ଶ୍ରୀଲୀଲା କାର୍ତ୍ତିକଙ୍କ ସହିତ ସାମିଲ ହୋଇଥିଲେ ।
ସୂଚନାଥାଉକି, ଶ୍ରୀଲୀଲା ଓ କାର୍ତ୍ତିକଙ୍କର ସେହି ଫିଲ୍ମ ଚଳିତବର୍ଷ ଦୀପାବଳୀରେ ରିଲିଜ୍ ହେବ । ସେଥିରେ କାର୍ତ୍ତିକ ଜଣେ ରକ୍ଷ୍ଟାର ଚରିତ୍ରରେ ନଜର ଆସିବେ ।