ନୟାଗଡ, ୧୦।୩ : ନୟାଗଡ ଜିଲ୍ଲାର ନୂଆଗାଁ ଥାନା ହିରାଦେଇପୁରରେ ବାଣ ବିସ୍ଫୋରଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର ଅମିୟ ନାୟକ ଏବଂ ହିରାଦେଇପୁର ଗ୍ରାମର ସୁବଳ । ଉଭୟ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରୁ ଜଣେ ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ଯ ଜଣଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ସୋମବାର ନୟାଗଡ ନିକଟ ନବଘନପୁରରେ ବାଣ ଫୁଟାଇବା ପାଇଁ ଅମିୟ ଅର୍ଡର ରଖିଥିଲେ । ସେଥିପାଇଁ ଅମିୟ ହିରାଦେଇପୁର ଗାଁର ଶଢୁ ଘରକୁ ବାଣ ଧରି ଆସିଥିଲେ ।ଚତେବେ ହଠାତ୍ କୌଣସି କାରଣରୁ ମଧ୍ଯାହ୍ନରେ ରଖାଯାଇଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ସେହି ସ୍ଥାନରେ ଉପସ୍ଥିତ ଥିବା ମଉସା ଅମିୟ ଓ ପୁତୁରା ସୁବଳ ଗୁରୁତର ହୋଇଥିଲେ । ଅମିୟଙ୍କର ଶରୀରର ୮୦ପ୍ରତିଶତରୁ ଅଧିକ ପୋଡିଯାଇଥିବାବେଳେ ସୁବଳଙ୍କ ଶରୀରର ୨୦ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।