ପୁରୀ,୧୨/୦୩: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବୁଧବାର ହାଇକୋର୍ଟରେ ଶୁଣାଣି ହେବ । ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ । ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
୨୦୨୩ ଏପ୍ରିଲ ୨୫ରେ କୋର୍ଟ ଆବେଦନକୁ ଗ୍ରହଣ କରି ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍ କରିଥିଲେ । ସରକାର ଗତବର୍ଷ ଏପ୍ରିଲ ୫ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । ଏଥିସହ ହାଇକୋର୍ଟରେ ପରବର୍ତ୍ତୀ ଜବାବ ରଖିବା ପାଇଁ ୪ ମାସ ସମୟ ନେଇଥିଲେ । ମାତ୍ର ଏହା ଭିତରେ ନୂଆ ସରକାର ଗଠନକୁ ୯ ମାସ ଓ ହାଇକୋର୍ଟରୁ ନେଇଥିବା ସମୟ ୫ ମାସ ଗଡ଼ିଗଲାଣି । ଏହି ସମୟ ଭିତରେ ଏକାଧିକ କ୍ୟାବିନେଟ୍ ବୈଠକ ବସିଛି । ହେଲେ କ୍ୟାବିନେଟ୍ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ ।