ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ମୋବାଇଲ୍ ମନା, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ସାମ୍ବାଦିକ

Published By : Rasmita Pradhan | March 12, 2025 11:17 AM

ଭୁବନେଶ୍ଵର, ୧୨/୦୩ : ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା। ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗ୍ୟାଲେରୀକୁ ମୋବାଇଲ ନେଇ ଯାଇପାରିବେନି ସାମ୍ବାଦିକ। ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ। ଏହାର ପ୍ରତିବାଦରେ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇନାହାଁନ୍ତି। ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଘଟଣାକୁ ବିଜେଡି ବିଧାୟକ ଅରୁଣ ସାହୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ସାମ୍ବାଦିକମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି। ମୋବାଇଲ ଆଉ କ୍ୟାମେରା ବନ୍ଦ କରି ସରକାର କ'ଣ ଲୁଚାଇବାକୁ ଚାହୁଁଛନ୍ତି ? କାହାକୁ ଡ଼ର ରହୁଛି ?

ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା। ସଂଘବଦ୍ଧ ହୋଇ ଠେଲାପେଲା ହେଲେ ଶାସକ ଓ ବିରୋଧୀ। କିଏ କାହା କଲାର ଧରି ଟାଣିଲା ତ ଆଉ କିଏ ଟେବୁଲ ଉପରେ ଠିଆ ହୋଇ ଚିତ୍କାର କଲା। ତ ପୁଣି କିଏ କାଗଜ ଚିରି ଉଡ଼ାଇଲା। ବିଧାନସଭାରେ ବିରୋଧୀ- ଶାସକ ଦଳ ସଭ୍ୟ ମୁହାଁମୁହିଁ ହେଲେ। ସବୁ ସୀମା ସରହଦ ଟପିଗଲେ। ଗୃହ ଭିତରେ ବେସ୍ କିଛି ସମୟ ଯାଏଁ ଚାଲିଲା ଧସ୍ତାଧସ୍ତି, ଠେଲାପେଲା। ଉଭୟ ପଟୁ ହୋହଲ୍ଲାରେ କମ୍ପିଲା ଗୃହ। ବିରୋଧୀ ଦଳ ରିପୋର୍ଟରଙ୍କ ଟେବୁଲ୍‌ ଓ ଚୌକିକୁ ପୂରା ଦଖଲକୁ ନେଇଗଲେ । ତାଙ୍କ ହେଡ଼୍‌ଫୋନ୍‌ ଛଡ଼ାଇ ନେଇ ତାଙ୍କୁ ବିଦା କରିଦେଲେ। ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଲେ। ମୁହଁ ସାମ୍ନାରେ ପ୍ଲାକାର୍ଡ, ପୋଷ୍ଟର ଦେଖାଇଲେ । 

ଏତେ କାଣ୍ଡ ସତ୍ତ୍ଵେ ଯେତେବେଳେ ବାଚସ୍ପତି ଗୃହ କାର୍ଯ୍ୟ ବନ୍ଦ ନକରି ଜାରି ରଖିଲେ । ଫଳରେ ଉତ୍‌କ୍ଷିପ୍ତ କଂଗ୍ରେସ ବିଧାୟକମାନେ ଉତ୍ତର ରଖୁଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଅସିଲେ । ଉତ୍ତର ଦେବାକୁ ବାରଣ କଲେ । ବାସ୍‌ ଏତିକିରେ ତାତି ଉଠିଲେ ଶାସକ ଦଳ ସଦସ୍ୟମାନେ । ଝାମ୍ପି ପଡ଼ିଲେ ସେମାନଙ୍କ ଉପରକୁ । ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ, ଧସ୍ତାଧସ୍ତି । ବାଚସ୍ପତିଙ୍କ ମୁଲତବୀ ବି କାଟୁ କଲାନି । ବିଧାୟକମାନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା । ମୁଲତବୀ ସତ୍ତ୍ଵେ ବେଶ୍‌ କିଛି ସମୟ ଧରି ଗୃହ ଭିତରେ ଉତ୍ତେଜନା ଥମିନଥିଲା। ଗଣତନ୍ତ୍ର ମନ୍ଦିରରେ ବିଧାୟକମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ରେକର୍ଡ ହେଲା। ଯାହାର ଭିଡିଓ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଚାଲିଲା। ବିଧାୟକମାନଙ୍କ ଏଭଳି ଆଚରଣ ପାଇଁ ନିନ୍ଦା କରାଗଲା। ଯାହାପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ନେଇ ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। 


ଏହି ଖବରଟିକୁ ପଢନ୍ତୁ-ଏଠି ଥାନାକୁ ଆସନ୍ତି ଦୋଳ ଗୋବିନ୍ଦ, ଗୁଆ ଓ ଅକ୍ଷତ ଦେଇ ନିମନ୍ତ୍ରଣ କରନ୍ତି ଥାନା ଅଧିକାରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.