ଭୁବନେଶ୍ୱର,୧୨/୦୩: ରାଜ୍ୟରେ ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା ଦୁଇ ଦିନ ହୋଇପାରେ ନିଆଁ ବର୍ଷା। ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ। ଆଜି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ନେଇ ପାଣପାଗ ବିଭାଗର ଆକଳନ। ଗୁରୁବାର ଏବଂ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି ।
ଆଜି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଏହାକୁ ନେଇ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।