ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି

Published By : Harapriya Sethi | March 12, 2025 3:05 PM

ଭୁବନେଶ୍ୱର,୧୨/୦୩: ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ଏନେଇ ସାମ୍ୱାଦିକଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ସାମ୍ବାଦିକମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଛନ୍ତି । ସାମ୍ବାଦିକମାନେ ପ୍ରେସ୍‌ ଗ୍ୟାଲେରୀକୁ ମୋବାଇଲ୍‌ ନେଇପାରିବେ, ହେଲେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ।

ସୂଚନା ମୁତାବକ, ବୁଧବାର ସାମ୍ୱାଦିକଙ୍କ ପାଇଁ ଜାରି ହୋଇଥିଲା କଟକଣା । ସାମ୍ୱାଦିକମାନେ ବିଧାନସଭାକୁ ଆଉ ମୋବାଇଲ୍‌ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା। ସଂଘବଦ୍ଧ ହୋଇ ଠେଲାପେଲା ହେଲେ ଶାସକ ଓ ବିରୋଧୀ। କିଏ କାହା କଲାର ଧରି ଟାଣିଲା ତ ଆଉ କିଏ ଟେବୁଲ ଉପରେ ଠିଆ ହୋଇ ଚିତ୍କାର କଲା। ତ ପୁଣି କିଏ କାଗଜ ଚିରି ଉଡ଼ାଇଲା। ବିଧାନସଭାରେ ବିରୋଧୀ- ଶାସକ ଦଳ ସଭ୍ୟ ମୁହାଁମୁହିଁ ହୋଇଥିଲେ । ସବୁ ସୀମା ଟପି ଯାଇଥିଲେ। ଉଭୟ ପଟୁ ହୋହଲ୍ଲାରେ ଗୃହ କମ୍ପି ଉଠିଥିଲା । ବିରୋଧୀ ଦଳ ରିପୋର୍ଟରଙ୍କ ଟେବୁଲ୍‌ ଓ ଚୌକିକୁ ପୂରା ଦଖଲକୁ ନେଇଗଲେ । ତାଙ୍କ ହେଡ଼୍‌ଫୋନ୍‌ ଛଡ଼ାଇ ନେଇ ତାଙ୍କୁ ବିଦା କରିଦେଲେ। ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଲେ। ମୁହଁ ସାମ୍ନାରେ ପ୍ଲାକାର୍ଡ, ପୋଷ୍ଟର ଦେଖାଇଲେ । 

ଏତେ କାଣ୍ଡ ସତ୍ତ୍ଵେ ବାଚସ୍ପତି ଗୃହ କାର୍ଯ୍ୟ ବନ୍ଦ ନକରି ଜାରି ରଖିଥିଲେ । ଫଳରେ ଉତ୍‌କ୍ଷିପ୍ତ କଂଗ୍ରେସ ବିଧାୟକମାନେ ଉତ୍ତର ରଖୁଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଅସିଥିଲେ । ଉତ୍ତର ଦେବାକୁ ବାରଣ କରିଥିଲେ । ବାସ୍‌ ଏତିକିରେ ତାତି ଉଠିଲେ ଶାସକ ଦଳ ସଦସ୍ୟମାନେ । ଝାମ୍ପି ପଡ଼ିଲେ ସେମାନଙ୍କ ଉପରକୁ । ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ, ଧସ୍ତାଧସ୍ତି । ବାଚସ୍ପତିଙ୍କ ମୁଲତବୀ ବି କାଟୁ କଲାନି । ବିଧାୟକମାନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା । ମୁଲତବୀ ସତ୍ତ୍ଵେ ବେଶ୍‌ କିଛି ସମୟ ଧରି ଗୃହ ଭିତରେ ଉତ୍ତେଜନା ଥମିନଥିଲା। ଗଣତନ୍ତ୍ର ମନ୍ଦିରରେ ବିଧାୟକମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କେହି ଜଣେ ରେକର୍ଡ କରିଥିଲା । ଯାହାର ଭିଡିଓ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହା ପରେ ବିଧାୟକମାନଙ୍କ ଏଭଳି ଆଚରଣ ପାଇଁ ନିନ୍ଦା କରାଗଲା। ଯାହାପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ନେଇ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର। ଏହାକୁ ପ୍ରତିବାଦ କରି ସାମ୍ୱାଦିକ ମାନେ ପ୍ରେସ୍‌ ଗ୍ୟାଲେରୀକୁ ଯାଇ ନଥିଲେ ଏବଂ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.