ଭୁବନେଶ୍ୱର ୧୨/୦୩: କମିଶନରେଟ୍ ପୁଲିସ୍ କଟକ-ଭୁବନେଶ୍ୱର ରହିବାର ମୋହ ଛାଡ଼ି ନାହିଁ ୪୫ରୁ ଅଧିକ ଇନ୍ସପେକ୍ଟରଙ୍କୁ । ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରୁ ଅଧିକ ଏହି ଇନ୍ସପେକ୍ଟରମାନେ କଟକରୁ ଭୁବନେଶ୍ୱର ଆଉ ଭୁବନେଶ୍ୱରକୁ କଟକ ହେଉଛନ୍ତି । କିଛି ଏସ୍ଆଇ ହୋଇ କମିଶନରେଟ୍ ପୁଲିସ୍କୁ ଆସିଥିଲେ । ଏବେ ଡିଏସ୍ପି ହେବକୁ ଯାଉଛନ୍ତି । ସେମାନେ ମଧ୍ୟ କମିଶନରେଟ୍ ପୁଲିସ୍ ଛାଡ଼ିନାହାନ୍ତି ।
ତାଲିକାରେ ଅଛନ୍ତି, ଇନ୍ସପେକ୍ଟର ନୀନା, ବଡ଼ଗଡ଼ ଥାନା ଅଧିକାରୀ ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ, ଏୟାରପୋର୍ଟ ଥାନା ଆଇଆଇସି ଶଶିକାନ୍ତ ରାଉତ, ଧଉଳି ଥାନା ଇନ୍ସପେକ୍ଟର ପ୍ରଦୀପ କିଶୋର ନାଏକ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ତୁଷାରକାନ୍ତ ସେଠୀ, ନିଲମ୍ବିତ ହୋଇଥିବା ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର, କଟକ ମହିଳା ଥାନା ଅଧିକାରୀ ବିୟୁଟି ମହାନ୍ତି, ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର, ୨୦୧୪ରୁ କମିଶନରେଟ୍ ପୁଲିସ୍ରେ ଥିବା ତେରସ୍କ୍ୱାବା ମହାପାତ୍ର, ଇନ୍ସପେକ୍ଟର ରେଣୁବାଳା ମହାପାତ୍ର, ଇନ୍ସପେକ୍ଟର ରୀନା ମିଶ୍ର, ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ, ଇନ୍ସପେକ୍ଟର ଶର୍ମିଷ୍ଠା ଖିଲାର, ୨୦୨୦ରୁ କଟକ ଭୁବନେଶ୍ୱର ହେଉଥିବା ଇନ୍ସପେକ୍ଟର ଯୁବରାଜ ସ୍ୱାଇଁ, ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ, ଇନ୍ସପେକ୍ଟର ଦୁର୍ଗା ପ୍ରସାଦ ଜେନା, ୨୦୧୭ରୁ ଥିବା ରସ୍ମିତା ଜେନା, ୨୦୧୬ରୁ ଥିବା ସାଇବର ଥାନା ଆଇଆଇସି ସନ୍ତୋଷିନୀ ବେହେରା, ୨୦୧୯ରୁ ଥିବା ଜିତେନ୍ଦ୍ର ନାଥ ସେଠୀ, ୨୦୧୪ରୁ ଥିବା ଅସ୍ମିତା ମିଶ୍ର, ଇନ୍ସପେକ୍ଟର ପ୍ରକାଶ ନନ୍ଦ, ୨୦୧୬ରୁ ଥିବା ରାକେଶ କୁମାର ବେହେରା, ଇନ୍ସପେକ୍ଟର ଡି. ନାୟକ, ଇନ୍ସପେକ୍ଟର ଏସ୍ କୁମାର, ଇନ୍ସପେକ୍ଟର ଏସ୍. ବି ଜେନା, ଇନ୍ସପେକ୍ଟର ଆର. ସାହୁ, ପ୍ରିୟଦର୍ଶିନୀ ନନ୍ଦ, ଇନ୍ସପେକ୍ଟର ବି.କେ ବାରିକ, ଇନ୍ସପେକ୍ଟର ସି.ଆର ରାଉତ, ଇନ୍ସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁ ୩ ବର୍ଷରୁ ଅଧିକ ସମୟ ଧରି କମିଶନରେଟ୍ ପୁଲିସ୍ରେ ରହିଛନ୍ତି । ଯୋଗ୍ୟତା ଭିତ୍ତିରେ ୧୦ରୁ୧୫ ଜଣ ଇନ୍ସପେକ୍ଟର ଭୁବନେଶ୍ୱରରେ ଥିବା ବେଳେ ଅନ୍ୟମାନେ ବିଭିନ୍ନ ଚାପ ସୃଷ୍ଟି କରି ପଡ଼ି ରହିଛନ୍ତି ।
୪୫ ଜଣଙ୍କ ମଧ୍ୟରେ ସର୍ବାଧିକ ରେକର୍ଡ କରିଛନ୍ତି, ୨୦୦୭ରୁ କମିଶନରେଟ୍ ପୁଲିସ୍ରେ ଥିବା ନବଘନ ମଲ୍ଳିକ, ୨୦୧୩ରୁ ଭୁବନେଶ୍ୱର-କଟକ ବୁଲୁଥିବା ଇନ୍ସପେକ୍ଟର ଆକାଶ ରଣା, ୨୦୦୮ରୁ କଟକ-ଭୁବନେଶ୍ୱର ବଦଳି ହେଉଥିବା ପ୍ରଦୀପ କୁମାର ଜେନା । ଏମାନେ ୧୦ ବର୍ଷରୁ ଅଧିକ ସମୟ ଧରି କମିଶନରେଟ୍ ପୁଲିସ୍ରେ ଅଛନ୍ତି । ଏମାନଙ୍କୁ ଖୁବ୍ ଶୀଘ୍ର କମିଶନରେଟ୍ ପୁଲିସ୍ରୁ ଅନ୍ୟ ପୁଲିସ୍ ଜିଲ୍ଳାକୁ ବଦଳି କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।