ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

Published By : Harapriya Sethi | March 12, 2025 1:14 PM

ଭୁବନେଶ୍ୱର,୧୨/୦୩: ଭରତପୁର ଥାନା ମାମଲାର ନ୍ୟାୟିକ ତଦନ୍ତ ସରିଛି । ମଙ୍ଗଳବାର ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ତଦନ୍ତ ସନ୍ତୋଷ ଜନକ ହୋଇଛି, ସମସ୍ତଙ୍କର ସହଯୋଗ ମିଳିଥିବା କାରଣରୁ ନିର୍ଦ୍ଧାରିତ ସମୟ ଭିତରେ ତଦନ୍ତ ସରିଛି ବୋଲି କହିଛନ୍ତି ଜଷ୍ଟିସ ଦାସ । ୪ ଟି ଟର୍ମ ଅଫ ରେଫରେନ୍ସ ଥିଲା ଏବଂ ଶୁଣାଣି ସମୟରେ ୪୨ ଜଣଙ୍କର ସାକ୍ଷ ଗ୍ରହଣ ପାଇଁ ନୋଟିସ୍‌ ହୋଇଥିଲା । ସେମାନଙ୍କ ଭିତରୁ ୩ ଜଣ ଆର୍ମି ଅଫିସରଙ୍କ ସାକ୍ଷ ଗ୍ରହଣ କରାଯାଇଛି । ଏହି ମାମଲାର ତଦନ୍ତ ପରେ ମୋଟ ୨୮୨ ଫର୍ଦ୍ଦର ରିପୋର୍ଟ ସରକାରଙ୍କୁ ଦିଆଯାଇଛି । ରିପୋର୍ଟର କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାସ ।

ସୂଚନଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ । କିନ୍ତୁ ପୋଲିସ ଦୁର୍ବ୍ୟବହାର କରିଥିବା ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ ହୋଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏପରିକି କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା । ପରବର୍ତ୍ତି ସମୟରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଲାଗି ପୂର୍ବତନ ନ୍ୟାୟଧିଶ ଜଷ୍ଟସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିଥିଲେ । ତଦନ୍ତ କମିଶନ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରଥିଲେ । ବର୍ତ୍ତମାନ ଏହି ମାମଲାର ନ୍ୟାୟିକ ତଦନ୍ତ ଶେଷ ହୋଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.