ଭୁବନେଶ୍ବର, ୧୨।୩ : ଆସୁଛି ରଙ୍ଗର ପର୍ବ ହୋଲି। ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ଉଭୟ ଦୋଳ ଏବଂ ହୋଲି ପାଇଁ ଟୁଇନ୍ ସିଟିର ସମସ୍ତ ଥାନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି। ହୋଲି ପାଇଁ ରାଜଧାନୀରେ ୨୦ପ୍ଲାଟୁନ ଫୋର୍ସ ମୁତୟନ ସହ ଅସାମାଜିକଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନ।
ହୋଲି ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଭୁବନେଶ୍ବର ଡିସିପି। ମଦ ପିଇ ହୋଲି ଖେଳିବାକୁ ବାରଣ କରାଯାଇଛି। ସାଙ୍ଗ ମାନଙ୍କୁ ଗ୍ରୁପ୍ ରେ ଆଲର୍ଟ ସହ ସହଯୋଗ କରିବାକୁ ଅପିଲ କରିଛନ୍ତି। ଅଭିଭାବକମାନଙ୍କୁ ଆଲର୍ଟ ରହି ପିଲା ମାନଙ୍କ ଉପରେ ବିଶେଷ ନଜର ରଖିବେ । ପୋଲିସର ନିଜ ଇଣ୍ଟେଲିଜେନ୍ସ ମଧ୍ୟ ହୋଲି ଦିନ ପଇଁତରା ମାରିବ । ହୋଲି ଦିନ ଡ୍ରଙ୍କେନ ଡ୍ରାଇଭ୍ ଚେକିଂ ହେବ ଜୋରଦାର। ଅସାମାଜିକ କାର୍ଯ୍ୟକଳାପ ରୋକ୍ ପାଇଁ ହୋଲି ପୂର୍ବରୁ ବ ବିଭିନ୍ନ ହୋଟେଲ ଚେକିଂ କରିବେ ସମସ୍ତ ଥାନା ଅଧିକାରୀ। ରାସ୍ତା ଉପରେ ଛୋଟ ବଡ ଗଣ୍ଡଗୋଳ ପାଇଁ ପୋଲିସ ଉପସ୍ଥିତ ରହିବା ଏଥି ସମଗ୍ର ରାଜଧାନୀକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ଯଦି ରାସ୍ତା ଉପରେ ଝଗଡ଼ା କରିବେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।
ସେହିପରି କମିଶନରେଟ୍ ପୋଲିସର ଉପକଣ୍ଠ ଅଞ୍ଚଳରେ ଥିବା କିଛି ଗ୍ରାମରେ ଦୋଳ ମେଲଣ ଓ ହୋଲି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମରେ ଚୋରା ମଦ କାରବାର ହେଉଥିବା ଜାଗାରେ ପୋଲିସ ରଖିବ ନଜର। ହୋଲି ଖେଳ ପରେ ଗାଧୋଇବା ବେଳେ ବୁଡି ଯିବା ପରି ଅନେକ ଅଘଟଣ ଘଟୁଥିବା ଯୋଗୁ ବିଭିନ୍ନ ଜଳାଶୟ, ନଦୀ, ପୋଖରୀ କେନାଲ ପାଖରେ ପୋଲିସ କର୍ମଚାରୀ ପଇଁତରା ମାରିବେ। ଏହା ପରେ ବି ଯଦି କୌଣସି ଅସୁବିଧା ଉପୁଜେ ତେବେ ସ୍ଥାନୀୟ ଥାନା ଅଧିକାରୀଙ୍କ ଆବଶ୍ୟକତା ଅନୁସାରେ ଫୋର୍ସ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।