ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସଂସଦରେ ଉଠିଲା ବିଜୁ ବାବୁ ଏବଂ ପଞ୍ଚାୟତିରାଜ ଦିବସ ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ସାଂସଦ

Published By : Prameya | March 12, 2025 2:58 PM

କଟକ, ୧୨/୦୩ : ସଂସଦରେ ଉଠିଲା ବିଜୁ ବାବୁ ଏବଂ ପଞ୍ଚାୟତିରାଜ ଦିବସ ପ୍ରସଙ୍ଗ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏହି ପ୍ରସଙ୍ଗ ଉଠାଇଚନ୍ତି। ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲ କରାଯିବା ଉପରେ ସେ ଆପତ୍ତି ଉଠାଇଛନ୍ତି। ଏନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଦେବାଶିଷ। 

ବିଜେଡି ସାଂସଦ କହିଛନ୍ତି ଯେ, ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ସେ ଥିଲେ ପ୍ରଣେତା। ସରକାରୀ କ୍ୟାଲେଣ୍ଡରରେ ବି ତାଙ୍କ ଜୟନ୍ତୀକୁ ଛୁଟି ଦିବସ ଭାବେ ଉଲ୍ଲେଖ କରାଯାଇଛି। ଏହା ସତ୍ତ୍ଵେ ମଧ୍ୟ ଚଳିତ ବର୍ଷ ଓଡ଼ିଶା ସରକାର ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କଲେନି। ସରକାର ବଦଳିବା ପରେ, ପୂର୍ବ ନିଷ୍ପତ୍ତି ବଦଳି ଯାଇଛି। ଯାହାକି ଓଡ଼ିଶା ସରକାରଙ୍କ ହୀନମାନ୍ୟତାର ପ୍ରମାଣ ଦେଉଛି। 

ସେପଟେ ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ଏବେ ବେଶ୍ ସରଗରମ ରହିଛି ରାଜ୍ୟ ରାଜନୀତି। ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବା ଦିନଠୁ ଏହାକୁ ପ୍ରସଙ୍ଗ କରିଛି ବିଜେଡି। ଗୃହ ଚଲାଇ ଦେଉନାହାଁନ୍ତି ବିଜେଡି ସଦସ୍ୟ। ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ନାରାରେ କମ୍ପୁଛି ଗୃହ। ଛୁଟି ବାତିଲକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ ନେତା। 

ଏହି ଖବରଟିକୁ ପଢନ୍ତୁ-ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ମୋବାଇଲ୍ ମନା, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ସାମ୍ବାଦିକ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.