ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଧାୟକ ତାରା ବାହନୀପତିଙ୍କୁ ନିଲମ୍ବନ ଘଟଣା : ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

Published By : Prameya | March 12, 2025 5:30 PM

ଭୁବନେଶ୍ବର, ୧୨।୩ : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତିଙ୍କୁ  ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନାରୀ ନିର୍ଯାତନା ଓ ତାରାଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ  ୨୭ରେ ବିଧାନସଭା ଘେରାଉ  କରିବ କଂଗ୍ରେସ। କଂଗ୍ରେସ ପ୍ରଭାରୀ  ଅଜୟ କୁମାର ଲଲୁ   ଏ ନେଇ ସୂଚନା ଦେଇଛନ୍ତି।  

ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ମାଡ ମରାଯିବା,  ଏହା ବିଧାନସଭାର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛି ।  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ  ଏ ନେଇ ଚିଠି ଲେଖିଥିଲେ। ଏହା  ପରେ ବି କେବଳ ତାରାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇଛି । ଏହାର ପ୍ରତିବାଦ କରି କଂଗ୍ରେସ ମାର୍ଚ୍ଚ ୨୭ରେ  ବିଧାନସଭା ଘେରାଉ କରିବ । ଗୃହରେ ବିଧାୟକ ତାରାଙ୍କୁ ଅସମ୍ମାନ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକ ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। 

ବିଧାନସଭା ଗୃହ ଆରମ୍ଭରୁ ମଙ୍ଗଳବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ପ୍ରବଳ ହୋହାଲ୍ଲା କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ  କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିଥିଲେ।  ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ଦଳର ସଦସ୍ୟମାନେ ଚଢିବାକୁ ଚେଷ୍ଟା କରିଥିଲେ। ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳ ପ୍ରତିବାଦ କରିଥିଲେ। ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ରିପୋର୍ଟିଂ ଟେବୁଲର ହେଡଫୋନ ଉପାଡି ଦେଇଥିଲେ। ପରେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ମୁହଁରେ କଳାପଟି ବାନ୍ଧି ଗୃହ ମଧ୍ୟ ଭାଗରେ ଧାରଣା ଦେଇଥିଲେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.