ଭୁବନେଶ୍ବର,୧୨।୩ : ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବା ବେଳେ ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା। ଚଳିତ ସପ୍ତାହରେ ୪ ଦିନର ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ନେଇ ସୂଚନା ଜାରି କଲା ପାଣିପାଗ ବିଭାଗ। ୧୩ , ୧୪, ୧୫ ଓ ୧୬ ତାରିଖ ୪ ଦିନ ପାଇଁ ହିଟୱେଭ ବିଭାଗ ଜାରି କରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।
୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡା ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରିଛି ବିଭାଗ। ସେହିପରି ୧୪ ତାରିଖ ରେ ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୁଳ କୁ ୟେଲୋ ୱାର୍ଣି ଜାରି । ୧୫ ତାରିଖ ତାରିଖ ରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୁରଭଞ୍ଜ କୁ ୟେଲୋ ୱାର୍ଣୀ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର ,ବରଗଡ଼,ସୁନ୍ଦରଗଡ ଓ ମୟୁରଭଞ୍ଜ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏନେଇ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।୧୩ ତାରିଖରେ ବଲାଙ୍ଗୀର ,ବୌଦ୍ଧ, ଝାରସୁଗୁଡା ଓ ସମ୍ବଲପୁର ସହ ୧୪ ତାରିଖରେ ସମ୍ବଲପୁର ଓ ଝାରସୁଗୁଡା କୁ ଉଷ୍ମ ରାତ୍ରି ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସେପଟେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା। ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଗତ ୨୪ ଘଂଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୭ ରୁ ଊର୍ଧ୍ୱ ୯ ଜିଲ୍ଲା ଭବାନୀପାଟଣା , ଟିଟିଲାଗଡ ,ମାଲକାନଗିରି ,ଝାରସୁଗୁଡା,ବଲାଙ୍ଗୀର, ପାରଳାଖେମୁଣ୍ଡି , ଅନୁଗୁଳ ହୀରାକୁଦ ଓ ବାରିପଦା ରେ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ସର୍ବାଧିକ ୩୫.୪ ଓ କଟକରେ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।