ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦାଦା ବଟି ମାଗି ବନ୍ଧା ହେଲେ ୩ ଜଣ

Published By : Prameya | March 12, 2025 7:54 PM

ଭୁବନେଶ୍ବର, ୧୨ : ଦାଦା ବଟି ମାଗିବା ଅଭିଯୋଗରେ ତିନି ଜଣଙ୍କୁ ବନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ମୋଷ୍ଟ ୱାଣ୍ଟେଡ ଦୀପକ ନାୟକ ଓ ତାର ଦୁଇ ସହଯୋଗୀ ଶିବ ବଳିଆରସିଂ ଓ ଶକ୍ତି ବଳିଆରସିଂ କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି ।

ଚନ୍ଦ୍ରଶେଖପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍ ଆଗରେ ଥିବା ଠେଲା ଦୋକାନ ଲଗାଇ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଦାଦା ବଟି ମାଗିଥିଲେ। ବ୍ୟକ୍ତି ଜଣକ ଦାଦାବଟି ନଦେବାରୁ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦୋକାନ ଭାଙ୍ଗି ଦେଇଥିଲେ। ଅଭିଯୋଗ କ୍ରମେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ସହ ବିଭିନ୍ନ ଜାଗାରେ ଚଢାଉ କରି ଦୀପକ ଏବଂ ତାର ଦୁଇ ସହଯୋଗୀ ଶିବ ବଳିଆରସିଂ ଓ ଶକ୍ତି ବଳିଆରସିଂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀପକ ନାମରେ ୧୦ଟି ମାମଲା ରହିଛି। ଏକାଧିକ ସ୍ନାଚିଂ ମାମଲା ରହିଛି।  ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଛିନତାଇ, ଡକାୟତି ଓ ଦାଦାବଟି ମାଗିବା ଦୀପକ ନାମରେ ଅଭିଯୋଗ ରହିଛି।  ଗତ ଫେବୃଆରୀ ମାସରେ ଆଦର୍ଶ ବସ୍ତି ପାଖରୁ ଖଣ୍ଡା ଦେଖାଇ ସ୍କୁଟି ଛଡାଇ ନେବା ସହ ଗାଡ଼ିକୁ ପୋଡ଼ି ଦେଇଥିଲା ଦୀପକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.