ପ୍ରମୂଖ ଖବର
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • ରଥଖଳା ହାଲ୍‌ଚାଲ୍..ଆଜି ଚକ-ଅଖ ଡ଼େରା ବିଧି, ସାଢ଼େ ୯ଟାରେ ଆଜ୍ଞାମାଳ ବିଜେ ହେବ
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିବ ଜନତା ଦରବାର, ଆଜି ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ

Published By : Prameya | March 12, 2025 10:26 AM

ଭୁବନେଶ୍ୱର ୧୨/୦୩: ଦିଗପହଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣା ପରେ ମଝି ରାସ୍ତାରେ ଓଲଟିଲା ଟ୍ରାକ୍ଟର। ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଚୁର୍‌ମାର୍ ହୋଇଗଲା।  ୫ ଜଣ ଛାତ୍ର ସାମନ୍ୟ ଆହତ ହୋଇଥିବା ଜଣାପଡିଛି। ବସ୍‌ ଭିତରେ ଚାପି ରହିଥିବା ଡ୍ରାଇଭର ଏବଂ ଫଶି ରହିଥିବା ପିଲାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛି। 


ସୂଚନା ଅନୁଯାଇ,ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ ନମ୍ବର( ଓଆର୍‌ ୦୭ କ୍ୟୁ ୪୮ ୦୫) ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ବିପରୀତ ଦିଗରୁ ମାଡି ଆସିଥିଲା ଟ୍ରାକ୍ଟର। ହଠାତ୍ ବସ୍ ସମ୍ମୁଖ ଭାଗକୁ ଜୋରଦାର୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଭିତ ଚାଳକ ଜଣ ଚାପି ହୋଇ ରହିଯାଇଥିଲେ। କିଛି ପିଲା ସାମାନ୍ୟ ଆହତ ହୋଇଛନ୍ତି। ଟ୍ରାକ୍ଟର ଡାଲାଟି ମଝି ରାସ୍ତାରେ ଓଲଟିପଡିଥିଲା । ସ୍ଥାନୀୟଲୋକ ପ୍ରଥମେ ଏକ ଜେସିବି ସାହାର୍ଯ୍ୟ ବସ୍ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ପରେ ଏନେଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବସ୍‌ରେ କେତେ ଜଣ ଛାତ୍ରଛାତ୍ରୀ ଥିଲେ ସଠିକ୍ ତଥ୍ୟ ମିଳିପାରିନାହିଁ। ଆହୁରି ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.