ପ୍ରମୂଖ ଖବର
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Published By : Prameya | May 18, 2025 11:09 PM

ବୌଦ୍ଧ,୧୮/୫ : ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୬୧ମସିହାରେ ସ୍ଥାପିତ ହୋଇ ୧୯୯୪ ମସିହାଠାରୁ ଜିଲ୍ଲାର ସଦର ମହକୁମା ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ପୌରପରିଷଦର ମାନ୍ୟତା ମିଳିନାହିଁ । ବର୍ତ୍ତମାନ ବୌଦ୍ଧ ପଞ୍ଚାୟତ ସମିତିର ମୃଷୁଣ୍ଡି ପଞ୍ଚାୟତର ଟୁଟୁସିଙ୍ଗା, ଯୋଗୀବେରୁଣୀ, ପଲାସ, ତେତେଲେଙ୍ଗା ଓ ହରଭଙ୍ଗା ପଞ୍ଚାୟତ ସମିତିର ସରସରା ପଞ୍ଚାୟତର କାଲେଶ୍ବର, ସାନବାଗବର, ମାଉଲସିଙ୍ଗା, ସାନବୁଟୁପାଲି, ରଇଠାଣି ରାଜସ୍ବ ଗ୍ରାମକୁ ମିଶାଇ ପୌରପରିଷଦ ଘୋଷଣା କରାଯାଉ । 

ବୌଦ୍ଧ ସହର ପାର୍ଶ୍ଵ ଦେଇ ମହାନଦୀ ପ୍ରବାହିତ ହେଉଥିଲେ ସୁଦ୍ଧା ବର୍ଷାଋତୁ ବ୍ୟତୀତ ଅନ୍ୟ ସମୟରେ ଅଞ୍ଚଳବାସୀ ଉତ୍କଟ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ମହାନଦୀ ଗର୍ଭରେ ଏକ ଆଡି ବନ୍ଧ ନିର୍ମାଣ ପାନୀୟଜଳ ସମସ୍ୟାକୁ ସମାଧନ କରିବା ଦିଗରେ ସହାୟକ ହେବା ସହ ସହର ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ । କଳା ଓ ସ୍ଥାପତ୍ୟର ଐତିହ୍ୟ, ମଣ୍ଡନ କରୁଥିବା ରାମେଶ୍ବର ମନ୍ଦିର ଓ ଗନ୍ଧରାଡି  ମନ୍ଦିର   ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ । ପାରିପାର୍ଶ୍ଵକ ଉନ୍ନତି କରଣରେ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନଥିବାରୁ ଏହାର କଳେବର ଦିନକୁ ଦିନ ହ୍ରାସ ଘଟୁଛି । 

ଏହାର ପାରିପାର୍ଶ୍ବିକ ଉନ୍ନତିକରଣ ସହିତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଐତିହାସିକ କୀର୍ତ୍ତୀରାଜିକୁ ମାନ୍ୟତା କରାଯିବା, ବୌଦ୍ଧ ଶ୍ରୀ ଶ୍ରୀରାମଲୀଳା ଯାତ୍ରା ଏକ ଗଣପର୍ବର ଆଖ୍ୟା ପାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ମାନ୍ୟତା ପାଇ ନାହିଁ । ଏଣୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିବାକୁ ଏନଏସି ପକ୍ଷରୁ ଦାବି କରାଯାଇଥିଲା । ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପାଧ୍ୟକ୍ଷ ସୁଭାଷିନୀ ସେଠୀଙ୍କ ସମେତ ପରିଷଦର କାଉନସିଲରମାନେ ଦାବିପତ୍ର ପ୍ରଦାନ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.