ଜାମଗାଁ ୧୯/୫: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ଗାଁର ମହାଦେବ ବନ୍ଧର ମାଟି ଖନନ ବେଳେ ଏକ ବଡ଼ ଅଘଟଣ ଘଟିଛି । କାମ ସାରି ଏକ ଗଛମୂଳେ ଜେସିବି ଡ୍ରାଇଭର ଶୋଇଥିବା ବେଳେ ଚଢ଼ିଗଲା ଟ୍ରାକ୍ଟରର ଟ୍ରଲି। ଘଟଣାସ୍ଥଳରେ ଜେସିବି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜେସିବି ଡ୍ରାଇଭର ଜଣକ ରେଙ୍ଗାଲି ଥାନା ପଞ୍ଚଗାଁ ପଞ୍ଚାୟତର ଅର୍ଜୁନ ପ୍ରଧାନ (୩୪) । ପୋଲିସ ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...